ଆଇପିଏଲ୍ ଅଧାରୁ ଅଧିନାୟକ ପରିବର୍ତ୍ତନ କଲା ସନରାଇଜର୍ସ । ୱାର୍ଣ୍ଣର ହଟିଲେ, ୱିଲିୟମସନ୍ ନୂଆ ଅଧିନାୟକ ।

386

କନକ ବ୍ୟୁରୋ: ସନରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ୍ ପଦରୁ ହଟିଲେ ଡେଭିଡ୍ ୱାର୍ଣ୍ଣର । ଏଣିକି କେନ୍ ୱିଲିୟମସନ୍ ହେବେ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ । ବାକି ଥିବା ଆଇପିଏଲ୍ ମ୍ୟାଚରେ ସେ ହିଁ ଦଳର ନେତୃତ୍ୱ ନେବେ ବୋଲି ଆଜି ଦଳ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଚଳିତ ସିଜିନରେ ସନରାଇଜର୍ସର ପ୍ରଦର୍ଶନ ସେତେଟା ଭଲ ହୋଇନି । ଦଳ ୬ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚରେ ଜିତି ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଅଛି । ଦଳ କେତୋଟି ମ୍ୟାଚରେ ଜିତୁ ଜିତୁ ମଧ୍ୟ ଶେଷ ମୁହୂର୍ତ୍ତରେ ହାରିଯାଇଛି । ତେଣୁ ଶେଷ ସମୟରେ ଦଳ ନିଜର ଅଧିନାୟକ ପରିବର୍ତ୍ତନ କରିବା ସହିତ ୱିଲିୟମସନଙ୍କୁ ମଙ୍ଗ ସମ୍ଭାଳିବାର ଦାୟିତ୍ୱ ଦେଇଛି ।