କନକ ବ୍ୟୁରୋ: ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ଦେହାନ୍ତ ପରେ ଚିନ୍ତାରେ ଜମାକାରି । ସେବି ପାଖରେ ଥିବା ସାହାରା ଗ୍ରୁପର ୨୫ ହଜାର କୋଟି ଟଙ୍କା କାହାକୁ ଦିଆଯିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଟଙ୍କାର କେହି ଦାବିଦାର ନଥିବା ବେଳେ କିପରି ଜମାକାରି ଟଙ୍କା ଫେରିପାଇବେ ତାକୁ ନେଇ ନେଇ ଆଲୋଚନା ହେଉଛି ।

Advertisment

ସାହାରା ଗ୍ରୁପ ବିଭିନ୍ନ ଯୋଜନା ଜରିଆରେ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ନେଇଥିବା ବେଳେ କୋର୍ଟରେ ଏବେ ମାମଲା ଚାଲିଛି । ୨୦୧୧ ରେ ସେବି ସାହାରା ଗ୍ରୁପର ସଂସ୍ଥା ସାହାରା ଇଣ୍ଡିଆ ରିୟଲ ଟେଷ୍ଟ କୋଅପରେସନ ଏବଂ ସାହାରା ହାଉସିଂ ଇନଭେଷ୍ଟମେଂଟ କୋଅପରେସନକୁ ଜମାକାରିଙ୍କ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସୁପ୍ରିମକୋର୍ଟ ସେବିର ନିର୍ଦ୍ଦେଶ ଉପରେ ରୋକ ଲଗାଇବା ସହ ଏନଫୋର୍ସମେଂଟ ସେଲ ଗଠନ କରିଥିଲେ । କିପରି ଜମାକାରୀ ଟଙ୍କା ଫେରିପାଇବେ ତାର ଦାୟୀତ୍ୱ ଏନଫୋର୍ସମେଂଟ ସେଲକୁ ଦିଆଯାଇଥିଲା ।

ତେବେ ଗତ ମାର୍ଚ୍ଚ ୩୧ ତାରିଖରେ ସାହାରା ଗ୍ରୁପର ଦୁଇଟି ସଂସ୍ଥା ପକ୍ଷରୁ ୨୫ ହଜାର କୋଟି ଟଙ୍କା ଜାତୀୟକରଣ ବ୍ୟାଙ୍କରେ ଜମା କରାଯାଇଥିଲା । ସେବିର ସୂଚନା ମୁତବାକ ୨୦ ହଜାର ଜମାକାରି ଟଙ୍କା ଫେରିପାଇବା ପାଇଁ ଆବେଦନ କରିଛନ୍ତି । ସେଥିରୁ ଟଙ୍କା ଫେରିପାଇବା ପାଇଁ ୧୭ ହଜାର ଜମାକାରୀଙ୍କୁ ଚୟନ କରାଯାଇଛି । ସେମାନଙ୍କୁ ମୋଟ ୧୩୮ କୋଟି ଟଙ୍କା ଫେରସ୍ତ କରାଯିବ ।  ଟଙ୍କା ଫେରିପାଇବାକୁ ଆବେଦନ କରିଥିବା ବାକି ଜମାକାରୀଙ୍କ ଆବେଦନ ରେକଡପତ୍ର ନଥିବା ଯୋଗୁ ଖାରଜ ହୋଇଛି । ତେବେ ବାକି ୨୪ ହଜାର ୧୩୮ କୋଟି ଟଙ୍କା କାହାର, କାହାକୁ ଏହି ଟଙ୍କା ଫେରାଯିବ ତାକୁ ନେଇ ଚର୍ଚ୍ଚା ହେଉଛି । ଏହି ଟଙ୍କା ସରକାରଙ୍କ ପାଖକୁ ଯିବ ବୋଲି କହିଛନ୍ତି ସେବିର ପୂର୍ବତନ ରେଗୁଲେଟର ।