କନକ ବ୍ୟୁରୋ: ଏଣିକି ସବରେଜିଷ୍ଟ୍ରାର୍ ଅଫିସରେ ପଂଜିକରଣ ହେବାପରେ ସେହିଦିନ ଅପରାହ୍ଣରେ ସମସ୍ତ ରେଜିଷ୍ଟ୍ରେସନ୍ ତଥ୍ୟ ମିଳିବ । ଫେବୃୟାରୁ ୧ରୁ ଏହାକୁ କାର୍ଯ୍ୟକାରୀ କରାଯିବ । ସେହିପରି ଏପ୍ରିଲ ୧ଠାରୁ ଘଂଟାକରେ ସମସ୍ତ କାଗଜପତ୍ର ମିଳିବ । ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ରାଜସ୍ୱ ବିଭାଗ ମୋ ସରକାର ଅଧିନକୁ ଆସିବ । ସବ୍ ଯେଉଁ ତହସିଲଙ୍କ ବକେୟା କାମ ରହିଛି, ସେମାନଙ୍କ ଛୁଟି ବାତିଲ କରିଛି ରାଜସ୍ୱ ବିଭାଗ । ଅନେକ କଲେଜ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସେମାନଙ୍କ ନାଁରେ ଜମି ନାହିଁ । ଯୁକ୍ତ ଦୁଇ, ଯୁକ୍ତ ତିନି କଲେଜ ନିଜ ନାଁରେ ଜମି କରାଇବା ପାଇଁ ତହସିଲଦାରଙ୍କ ପାଖରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଏହା ପୂର୍ବରୁ ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମୋବାଇଲ ଆପ୍ଲିକେସନ ମଧ୍ୟ ଲଂଚ ହୋଇସାରିଛ । ଯାହା ପାଉତି ଆପ୍ ନାଁରେ ପରିଚିତ । ଏହି ଆପ ଜରିଆରେ ଲୋକେ ଆଉ ଖଜଣା ଦେବାକୁ କୌଣସି ସମସ୍ୟାର ସମ୍ମୁଖନ ହେବାକୁ ପଡିବ ନାହିଁ । କାହିକି ନା ଏହି କାମକୁ ଆପଣ ଘରେ ବସି ମୋବାଇଲ ଜରିଆରେ ପାଉତି କାଟିପାରିବେ । ସେହିଭଳି ଏହି ଆପ୍ ଜରିଆରେ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରମାଣପତ୍ର ମିଳି ପାରିବ। ଇ-ସାର୍ଟିଫିକେଟ୍ ସେବାକୁ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଛି। ଇଡିଷ୍ଟ୍ରିକ୍ଟ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ୱେବସାଇଟ୍ ଜରିଆରେ ଜଣେ ବ୍ୟକ୍ତି ଯେକୌଣସି ସ୍ଥାନରେ ଥାଇ ନିଜର ସ୍ଥାୟୀ ବାସିନ୍ଦା ଓ ଆୟ ପ୍ରମାଣପତ୍ର ଅତି ସହଜରେ ପାଇପାରିବେ। ଏଥି ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଆବେଦନକାରୀ ତାଙ୍କର ନିଜସ୍ୱ ଘୋଷଣା ଆଧାରରେ ଏହି ସବୁ ପ୍ରମାଣପତ୍ର ପାଇପାରିବେ। କେବଳ ମାତ୍ର ଜାତିଗତ ପ୍ରମାଣପତ୍ର ଏହି ପ୍ରଣାଳୀରେ ଉପଲବ୍ଧ ହେବ ନାହିଁ। ଜାତିଗତ ପ୍ରମାଣପତ୍ର ପାଇଁ ପୂର୍ବରୁ ଯେଉଁ ବ୍ୟବସ୍ଥା ରହିଥିଲା ସେହି ବ୍ୟବସ୍ଥାରେ ହିଁ ଜଣକୁ ଜାତିଗତ ପ୍ରମାଣପତ୍ର ମିଳିପାରିବ ।
ରାଜସ୍ୱ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଏଭଳି ଅନେକ ଜନହୀତକାରୀ ବ୍ୟବସ୍ଥା ମାନ ଆରମ୍ଭ କରିଚାଲିଛନ୍ତି । ଏହାଦ୍ୱାରା ଜମିଜମା ଖଜଣା ପ୍ରଦାନ କରି ପାଉତି ପୈଠ କରିବା ସହ ଏହା ବାହାରେ ଥିବା କାଗଜପତ୍ର କାମ ମଧ୍ୟ କରିପାରିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/JAMI.jpg)