କନକ ବ୍ୟୁରୋ: ଏଥର ଶୀଘ୍ର ଆସିବ ମୌସୁମୀ । ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ସଂସ୍ଥା । ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁବ ।
ଆସନ୍ତାକାଲି ଠାରୁ ବଢ଼ିବ ପାରଦ । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଭୀଷଣ ବାତ୍ୟା ‘ରେମାଲ’ ବାତ୍ୟାରେ ପରିଣତ ହୋଇଛି । ହେଲେ ଓଡ଼ିଶାକୁ ଏହାର ବିଶେଷ ପ୍ରଭାବ ନାହିଁ । ରାଜ୍ୟରେ ବର୍ଷା ପବନ ହେବାର ବିଶେଷ ସମ୍ଭାବନା ନାହିଁ । କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ । ଆସନ୍ତାକାଲି ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ହିଟୱେଭ୍ ସମ୍ଭାବନା ନାହିଁ । ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ । କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/16-20.jpg)