କନକ ବ୍ୟୁରୋ : ଗତ ଜୁନ ମାସ ୨୯ ତାରିଖରେ ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଲୋକପ୍ରିୟ ଆପ୍ ଟିକଟକ୍ ସମେତ ୫୯ଟି ଚାଇନା ଆପକୁ ବ୍ୟାନ୍ କରିଥିଲେ ଭାରତ ସରକାର । ତଥ୍ୟ ଚୋରି ହେଉଥିବା ଅଭିଯୋଗରେ ଟିକଟକକୁ ୭୯ଟ ପ୍ରଶ୍ନ କରିଥିଲେ କେନ୍ଦ୍ର ସରକାର । ଆଉ ୩ ସପ୍ତାହ ଅର୍ଥାତ ଜୁଲାଇ ୨୧ ସୁଦ୍ଧା ଏହାର ପୂର୍ଣ୍ଣାଙ୍ଗ ରିପୋର୍ଟ ଭାରତ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ବହୁ ବାଦବିବାଦ ପରେ ହଟିବ କି ବ୍ୟାନ୍ ? ସର୍ତ ସହ ଭାରତକୁ ଫିଟିବ କି ଟିକଟକ୍ ବାଟ ? ଆସନ୍ତା ଜୁଲାଇ ୨୧ ତାରିଖ ସୁଦ୍ଧା ବ୍ୟାନ୍ ହୋଇଥିବା ୫୯ଟି ଆପ୍ ଯଦି କୌଣସି ଉତର ନଦିଅନ୍ତି, ତେବେ ଏହି ଆପ୍ ଗୁଡିକ ଉପରେ ସବୁଦିନ ପାଇଁ ରୋକ୍ ଲଗାଯିବ । ଅନ୍ୟପଟେ ଏହି ୫୯ଟି ଆପ୍ ମଧ୍ୟରୁ ଯେକୌଣସି ଆପ୍, ଭାରତ ପଚାରିଥିବା ପ୍ରଶ୍ନର ସନ୍ତୋଷଜନକ ଉତର ଦିଅନ୍ତି, ତେବେ ସେହି ଆପକୁ ସହମତି ମିଳିବା ସହ ଏହାକୁ ପୁଣି ଥରେ ଭାରତରେ କାର୍ଯ୍ୟକ୍ଷମ କରାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ ଏହି ଆପ୍ ମଧ୍ୟରେ ଲୋକପ୍ରିୟ ଆପ୍ ଟିକଟକକୁ ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/29-7.jpg)