କନକ ବ୍ୟୁରୋ : ରାଜ୍ୟରେ ଆସିବା ପାଇଁ ଯାଉଛି ଅତିରିକ୍ତ ବଜେଟ୍ । ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଜୁଲାଇ ସୁଦ୍ଧା ସବୁ ବିଭାଗ ପ୍ରସ୍ତାବ ଦେବା ପାଇଁ ଅର୍ଥ ବିଭାଗ ଚିଠି କରିଛି । ଅଗଷ୍ଟ ମାସରେ ହେବାକୁ ଥିବା ମୌସୁମୀ ଅଧିବେଶନରେ ଆସିପାରେ ରାଜ୍ୟର ସପ୍ଲିମେଣ୍ଟାରୀ ବଜେଟ୍ । କିନ୍ତୁ ନିୟମ ଅନୁସାରେ ଶୀତ ଅଧିବେଶନ ସମୟରେ ଉପସ୍ଥାପିତ ହେବା କଥା ଅତିରିକ୍ତ ବଜେଟ୍ । ତେବେ ଆଗୁଆ ନିର୍ବାଚନକୁ ଆଖି ଆଗରେ ରଖି ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି କି ସରକାର ଏ ନେଇ ଚର୍ଚ୍ଚା ବଢିଛି ।