କନକ ବ୍ୟୁରୋ: ଜଗା ଦର୍ଶନ ପାଇଁ ଲାଗୁ ହେବ କି ଡ୍ରେସକୋଡ୍? ଶ୍ରୀମନ୍ଦିରକୁ ଗଲେ ଭକ୍ତ ପିନ୍ଧିବେ କ’ଣ? ଏବେ ଏଭଳି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛି ଦଇତାପତି ନିଯୋଗ । ଏଭଳି ଦାବି ସାମ୍ନାକୁ ଆସିବା ପରେ ସାରା ଓଡ଼ିଶାରେ ଆରମ୍ଭ ହୋଇଯାଇଛି ବିତର୍କ । କିଏ କହୁଛନ୍ତି ସ୍ୱାଗତ ଯୋଗ୍ୟ ପଦକ୍ଷେପ ତ’ ଆଉ କିଏ କହୁଛନ୍ତି, ଆହୁରି ବିଚାର ବିମର୍ଷର ଆବଶ୍ୟକତା ରହିଛି । ଏହି ପ୍ରସଙ୍ଗକୁ ନେଇ ଆଜିର ସ୍ୱତନ୍ତ୍ର ଉପସ୍ଥାପନା- ଶ୍ରୀମନ୍ଦିର କଲେ ପିନ୍ଧିବେ କ’ଣ?

Advertisment

ଶ୍ରୀନ୍ଦିରରେ ଠାକୁର ଦର୍ଶନ ପାଇଁ ଡ୍ରେସକୋଡ୍ ଲାଗୁ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସେବାୟତ । ଜିନ୍ସ ପ୍ୟାଂଟ୍ କିମ୍ବା ଟି-ସର୍ଟ ଭଳି ଆଧୁନିକ ପୋଷାକ ପରିଧାନ କରି ଜଗାଦର୍ଶନକୁ ନାପସନ୍ଦ କରିଛନ୍ତି ସେବାୟତ । ଜଗନ୍ନାଥଙ୍କ ସେବାପୂଜାରେ ପ୍ରମୁଖ ଭୂମିକା ନେଉଥିବା ଦଇତାପତି ନିଯୋଗ ଡ୍ରେସକୋଡ୍ ଲାଗୁ କରିବାକୁ ଦାବି ଉଠାଇଛନ୍ତି । ନିଯୋଗର ସଂପାଦକ କହିଛନ୍ତି- ଅନେକ ଭକ୍ତ ଶାଳୀନତା ବିହିନ ପୋଷାକ ପରିଧାନ କରୁଛନ୍ତି । ଯାହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଘାତ ପହଂଯାଉଛି ।

ଶ୍ରୀମନ୍ଦିର ସଂସ୍କାର ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବାକୁ ଉଦ୍ୟମ ହେଉଛନ୍ତି । କିନ୍ତୁ ଏଭଳି ସଂସ୍କାରକୁ କିଭଳି ଦେଖୁଛନ୍ତି ସାଧାରଣ ଭକ୍ତ । ସେମାନେ କ’ଣ ଚାହୁଛନ୍ତି । ଏହି ପ୍ରସଙ୍ଗରେ ସାରା ଓଡ଼ିଶାରୁ ଭକ୍ତଙ୍କ ମତାମତ ନେବାକୁ ଉଦ୍ୟମ କରିଛି କନକ ନ୍ୟୁଜ୍ ।

ସାଧାରଣ ଭକ୍ତଙ୍କ ଭଳି ଏହି ପ୍ରସଙ୍ଗକୁ ନେଇ ଜଗନ୍ନାଥ ସଂସ୍କୃତି ବିଶାଷଦ ଏବଂ ମୁକ୍ତ ବିଚାରଧାରରେ ବିଶ୍ୱାସ କରୁଥିବା ବୁଦ୍ଧିଜୀବୀ ମଧ୍ୟ ମତ ରଖିଛନ୍ତି । ସଂସ୍କୃତି ଗବେଷକମାନେ ଏହାକୁ ସ୍ୱାଗତ କରିଥିବବା ବେଳେ ସାମାଜିକକର୍ମୀ ତଥା ବୁଦ୍ଧିଜୀବୀମାନେ ଭିନ୍ନ ମତ ରଖିଛନ୍ତି ।