କନକ ବ୍ୟୁରୋ: ବିପଦ ବଳୟରେ ସ୍ମାର୍ଟ ସିଟି ଭୁବନେଶ୍ୱର । ବଢିବାରେ ଲାଗିଛି ଭୁବନେଶ୍ୱରର ବାୟୁ ପ୍ରଦୁଷଣ । ରାଜଧାନୀ ଭୁବନେଶ୍ୱରରେ ଗଡୁଥିବା ଲକ୍ଷାଧିକ ଗାଡି ଏବେ ପରିବେଶ ପାଇଁ ଚିନ୍ତା ବଢାଇଛି । ଯାହାଫଳରେ ଭୁବନେଶ୍ୱର ଏବେ ଦିଲ୍ଲୀମୁହାଁ ହେଉଥିବା ଆକଳନ କଲେଣି ପରିବେଶବିତ୍ ।
ଚାକଚକ୍ୟ ଭରା ରାଜଧାନୀ ଭୁବନେଶ୍ୱର ଏବେ ପ୍ରଦୂଷଣ ଘେରରେ । ବାୟୁ ପ୍ରଦୂଷଣର ଚାଦର ତଳେ ଢାଙ୍କି ହୋଇଚାଲିଛି ସ୍ମାର୍ଟ ସିଟି ଭୁବନେଶ୍ୱର । ଦିନ ୧୨ଟାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରଧୂଆଁମୟ ଆକାଶ ହିଁ ବୁଝାଇ ଦେଉଛି କିଭଳି ଆମ ରାଜଧାନୀକୁ ଘେରି ରହିଛି ଧୂଆଁର ବଳୟ । ଭୁବନେଶ୍ୱରରେ ଗଡୁଥିବା ହଜାର ହଜାର ଗାଡି ପାଇଁ ଏଭଳି ପରିସ୍ଥିତି ହେଉଥିବା ଆକଳନ କରୁଛନ୍ତି ବିଶେଷଜ୍ଞ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଧିକ ଗାଡି ଗଡୁଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ହାର ବୃଦ୍ଧି ପାଇଥିବା ବିଶେଷଜ୍ଞ କହିଛନ୍ତି ।
ଦିିନକୁ ଦିନ ଭୁବନେଶ୍ୱରର ଜନସଂଖ୍ୟା ବଢିବାରେ ଲାଗିଛି । କିଏ ପାଠ ପଢିବାକୁ ଆସୁଛି ତ କିଏ ଚାକିରି ସନ୍ଧାନରେ । ସେହି ପରିମାଣରେ କୋଠାବାଡି ସଂଖ୍ୟା ବି ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ଗଢି ଉଠୁଛି ବଡ ବଡ ଅଟ୍ଟାଳିକା । ଭୁବନେଶ୍ୱରର ବାୟୁ ପ୍ରଦୂଷଣ ବଢିବା ପାଇଁ କୋଠାବାଡି ନିର୍ମାଣ ବି ଏକ ବଡ କାରଣ ବୋଲି ପରିବେଶବିତ କହିଛନ୍ତି । ଗତ କିଛି ଦିନ ହେବ ଭୁବନେଶ୍ୱର ଏକ୍ୟୁଆଇ ମାନ ୧୦୦ ତଳକୁ ଖସୁନାହିଁ । ପରିବେଶବିତଙ୍କ କହିବା କଥା ଏବେଠାରୁ ସଜାଗ ନହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/pjimage-9-1.jpg)