କୋଭିଡ କଟକଣା ମଧ୍ୟରେ ଖୋଲିବ କି ଶ୍ରୀଜଗନ୍ନାଥ ମନ୍ଦିର ? ମନ୍ଦିର ପ୍ରଶାସନ, ଛତିଶା ନିଯୋଗ ଓ ପରିଚାଳନା କମିଟି ମଧ୍ୟରେ ବୈଠକ ହୋଇ ନିଆଯିବ ନିଷ୍ପତ୍ତି !!

258

କନକ ବ୍ୟୁରୋ : ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ମନ୍ଦିର ଖୋଲିବା ନେଇ ମତାମତ ଲୋଡିବା ପରେ ରାଜ୍ୟରେ ଆଗାମୀ ଦିନରେ ମନ୍ଦିର ଖୋଲିବା ନେଇ ସମ୍ଭାବନା ଦେଖାଦେଇଛି । ପୁରୀ ଶ୍ରୀମନ୍ଦିର ଖୋଲିବା କି ନାହିଁ ସେନେଇ ସେବାୟତଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । କଟକଣା ଭିତରେ ସୀମିତ ଭକ୍ତଙ୍କୁ ଦର୍ଶନ ପାଇଁ ଛାଡିବାକୁ କିଛି ସେବାୟତ ମତ ଦେଉଥିବା ବେଳେ ଅନ୍ୟମାନେ ବର୍ତମାନ ସ୍ଥିତିରେ ମନ୍ଦିର ନଖୋଲିବା ପାଇଁ କହୁଛନ୍ତି ।

କାରଣ ମନ୍ଦିର ଖୋଲିବା ବେଳେ କାର୍ତିକ ମାସ ଏବଂ ବିରଳ ନାଗାର୍ଜୁନ ବେଶ ପଡିବ । ତେଣୁ ହଠାତ୍ ମନ୍ଦିର ଖୋଲିଲେ ଏହି ସମୟରେ ଭକ୍ତଙ୍କୁ କଟକଣା କରିବା କଷ୍ଟକର ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏନେଇ ମନ୍ଦିର ପ୍ରଶାସନ, ଛତିଶା ନିଯୋଗ ଓ ପରିଚାଳନା କମିଟି ମଧ୍ୟରେ ବୈଠକ ହୋଇ ଏକ ନିଷ୍ପତି ନେବାକୁ ମତ ଦିଆଯାଇଛି ।

Comments are closed.