କନକ ବ୍ୟୁରୋ : ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ମନ୍ଦିର ଖୋଲିବା ନେଇ ମତାମତ ଲୋଡିବା ପରେ ରାଜ୍ୟରେ ଆଗାମୀ ଦିନରେ ମନ୍ଦିର ଖୋଲିବା ନେଇ ସମ୍ଭାବନା ଦେଖାଦେଇଛି । ପୁରୀ ଶ୍ରୀମନ୍ଦିର ଖୋଲିବା କି ନାହିଁ ସେନେଇ ସେବାୟତଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । କଟକଣା ଭିତରେ ସୀମିତ ଭକ୍ତଙ୍କୁ ଦର୍ଶନ ପାଇଁ ଛାଡିବାକୁ କିଛି ସେବାୟତ ମତ ଦେଉଥିବା ବେଳେ ଅନ୍ୟମାନେ ବର୍ତମାନ ସ୍ଥିତିରେ ମନ୍ଦିର ନଖୋଲିବା ପାଇଁ କହୁଛନ୍ତି ।
କାରଣ ମନ୍ଦିର ଖୋଲିବା ବେଳେ କାର୍ତିକ ମାସ ଏବଂ ବିରଳ ନାଗାର୍ଜୁନ ବେଶ ପଡିବ । ତେଣୁ ହଠାତ୍ ମନ୍ଦିର ଖୋଲିଲେ ଏହି ସମୟରେ ଭକ୍ତଙ୍କୁ କଟକଣା କରିବା କଷ୍ଟକର ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏନେଇ ମନ୍ଦିର ପ୍ରଶାସନ, ଛତିଶା ନିଯୋଗ ଓ ପରିଚାଳନା କମିଟି ମଧ୍ୟରେ ବୈଠକ ହୋଇ ଏକ ନିଷ୍ପତି ନେବାକୁ ମତ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/2-11.jpg)