କନକ ବ୍ୟୁରୋ: ଆସୁଛି ୟୁପିର ଟ୍ରେଣ୍ଡ୍ ପରେ ଟ୍ରେଣ୍ଡ୍ । ବିଜେପି ପ୍ରତିଦ୍ୱନ୍ଦିଙ୍କୁ ପଛରେ ପକାଇ ଅନେକ ଆସନରେ ଆଗୁଆ ରହିଥିବାବେଳେ ଦଳର ଏମିତି କିଛି ପାୱାରଫୁଲ୍ ନେତା ଏବେ ପଛରେ ପଡ଼ିଥିବା ଟ୍ରେଣ୍ଡ କହୁଛି । ଯେମିତିକି ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନିଜ ପାରମ୍ପରିକ ଆସନ ସିରାଥୁରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛନ୍ତି ।
ଅନ୍ୟପଟେ ସମାଜବାଦି ପାର୍ଟିର ପ୍ରାର୍ଥୀ ଡକ୍ଟର ପଲ୍ମବୀ ପଟେଲ କେଶବଙ୍କୁ କଡ଼ା ଟକ୍କର ଦେଇ ‘ପଦ୍ମ’କୁ ଝାଉଁଳେଇବାରେ ଲାଗିଛନ୍ତି । ବର୍ତ୍ତମାନର ଇଭିଏମ ଗଣତି ଟ୍ରେଣ୍ଡ ମୁତାବକ ସିରାଥୁରେ କେଶବ ପ୍ରସାଦ ମୌର୍ଯ୍ୟ ମାତ୍ର ୮ ହଜାର ୪୪୨ ଖଣ୍ଡ ଭୋଟ୍ ପାଇଥିବାବେଳେ ସପାର ପ୍ରାର୍ଥୀ ୧୦ ହଜାର ୬୬୬ ଭୋଟରେ ଆଗୁଆ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/pti01192022000027-1-1080053-1644478914.jpg)