ତୁଟିବ କି ମହାନଦୀ ବିବାଦ? ଛତିଶଗଡ଼ରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

136

କନକ ବ୍ୟୁରୋ: ମହାନଦୀ ଜଳବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଛି । ଦୁର୍ଗ ଜିଲ୍ଲାର କୁମ୍ଭାରୀ ଆନିକଟରେ ଟ୍ରିବ୍ୟୁନାଲ ଟିମ୍ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟରେ କୋରବା, ଜାଞ୍ଜଗିର ଚାମ୍ପା ଓ ବିଲାସପୁରର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବେ । ୩ ତାରିଖ ଯାଏଁ ଟ୍ରିବ୍ୟୁନାଲ ଅଧିକାରୀ ଛତିଶଗଡ଼ର ମଧ୍ୟ ଅବବାହିକାରୁ ତଳମୁଣ୍ଡର ବ୍ୟାରେଜ୍, ବିଭିନ୍ନ ପ୍ରକଳ୍ପ ଓ ଉପ-ଅବବାହିକା ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଡିସେମ୍ବର ୨୫, ୨୦୨୫ ସୁଦ୍ଧା ଟ୍ରିବ୍ୟୁନାଲ ରିପୋର୍ଟ ଦେବ । ତେବେ ଛତିଶଗଡ ଉପରମୁଣ୍ଡରେ ବ୍ୟାରେଜ କରିଥିବାରୁ ଓଡିଶାପଟ ତଳମୁଣ୍ଡ ଶୁଖିଲା ପଡୁଛି । ଯାହାକୁ ନେଇ ଓଡିଶା-ଛତିଶଗଡ ମଧ୍ୟରେ ବିବାଦ ତେଜିଛି । କଂଗ୍ରେସ ଓ ବିଜେପି ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବାବେଳେ ବିଜେଡି କହିଛି, ମହାନଦୀ ବିବାଦ ସଂଘୀୟ ବ୍ୟବସ୍ଥାର ଏକ ବ୍ୟତିକ୍ରମ । କେନ୍ଦ୍ରରେ ବିଜେପି-କଂଗ୍ରେସ ସରକାର ସମୟରେ ଏଭଳି ଦେଖାଦେଇଛି । ଉଭୟ ଦଳ ରାଜନୀତି କରିବାକୁ ଚାହିଁଛନ୍ତି ।

ମହାନଦୀ ଜଳ ବିବାଦ ନେଇ ଓଡ଼ିଶାକୁ କାଉଣ୍ଟର କରିଛି ଛତିଶଗଡ଼ । ଓଡ଼ିଶା ଗଣମାଧ୍ୟମରେ ପ୍ରକାଶିତ କିଛି ଖବରକୁ ଦୃଢ ଭାବେ ଖଣ୍ଡନ କରିଛି ଛତିଶଗଡ଼ । ଓଡ଼ିଶାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି ପଡୋଶୀ ରାଜ୍ୟ । ଟ୍ରିବ୍ୟୁନାଲ ସଦସ୍ୟଙ୍କ ଗସ୍ତ ପାଇଁ କଲମା ବ୍ୟାରେଜରୁ ପାଣି ଛାଡିବା ପ୍ରସଙ୍ଗକୁ ଖଣ୍ଡନ କରିଛି ଛଡିଶଗଡ ।