କନକ ବ୍ୟୁରୋ: ପୁଣି କମିପାରେ କରୋନା ଟିକାର ଦାମ । କୋଭିଡ ଟିକାର ଦାମ କମାଇବା ପାଇଁ ଟିକା ନିର୍ମାତାଙ୍କୁ କେନ୍ଦ୍ର ସରକାର କହିଥିବା ସୂଚନା ମିଳିଛି । ଦେଶରେ ଏବେ ବ୍ୟବହାର ହେଉଥିବା କୋଭିସିଲଡ ଓ କୋଭାକ୍ସିନ ଟିକାର ଦାମ କମିବା ସମ୍ଭାବନା ରହିଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ ଦର କମାଇବାକୁ କେନ୍ଦ୍ର ସରକାର କହିଥିବା ସୂଚନା ମିଳିଛି ।
ଆଜି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୋବାଙ୍କ ଅଧ୍ୟକ୍ଷତାରେ ଭ୍ୟାକ୍ସନ ଦରକୁ ନେଇ ବୈଠକ କରିଥିଲେ । ଏହା ପରେ ସେରମ ଓ ଭାରତ ବାୟୋଟେକକୁ ଦର କମାଇବା ପାଇଁ କୁହାଯାଇଥିବା ସୂଚନା ମିଳିଛି । କୋଭିସିଲଡ ଓ କୋଭାକ୍ସିନ ଟିକାର ଦର ଘୋଷଣା ପରେ ଦରକୁ ନେଇ ସମାଲୋଚନା କରିଥିଲେ ଏକାଧିକ ରାଜ୍ୟ । ସମାଲୋଚିତ ହେବା ପରେ କେନ୍ଦ୍ର ସରକାର ଟିକାର ମୂଲ୍ୟ କମାଇବା ପାଇଁ ଦୁଇ ଟିକା ନିର୍ମାତା କଂପାନୀଙ୍କୁ କହିଛନ୍ତି ।
କୋଭାକ୍ସିନ ଏବେ ରାଜ୍ୟ ସରକାରଙ୍କ ପାଇଁ ୬ଶହ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨ ଶହ ଟଙ୍କାରେ ମିଳିବ । ସେହିପରି କୋଭିସିଲ୍ଡ ଟିକାର ଦର ରାଜ୍ୟ ସରକାରଙ୍କ ପାଇଁ ୪ଶହ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୬ଶହ ଟଙ୍କା ଘୋଷଣା କରିଛି । ହେଲେ ଦୁଇ ଟିକା, କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଯୋଗାଇବା ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/GettyImages-12911820761.jpg)