ପଛରେ ପଡ଼ିଯିବେ କି ବିରୋଧୀ? ଟ୍ରେଣ୍ଡ୍ କହୁଛି ଅପରାହ୍ନ ୪ଟା ସୁଦ୍ଧା କେନ୍ଦ୍ରାପଡ଼ାରେ ବଢ଼ିଚାଲିଛି ବିଜେଡି ।

Advertisment
ପଛରେ ପଡ଼ିଯିବେ କି ବିରୋଧୀ? ଟ୍ରେଣ୍ଡ୍ କହୁଛି ଅପରାହ୍ନ ୪ଟା ସୁଦ୍ଧା କେନ୍ଦ୍ରାପଡ଼ାରେ ବଢ଼ିଚାଲିଛି ବିଜେଡି ।

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ କେନ୍ଦ୍ରାପଡାରେ ଏପର୍ଯ୍ୟନ୍ତ ୯ଟି ଆସନରେ ଆଗରେ ରହିଛି ବିଜୁ ଜନତା ଦଳ । ଖାତା ଖୋଲି ପାରିନି ବିଜେପି ଓ କଂଗ୍ରେସ । ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ୨୭୧ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୨୧ ଏବଂ କଂଗ୍ରେସ ୧୬ଟି ଜୋନରେ ଆଗେଇ ଚାଲିଛି । ତେବେ ଯେଉଁ ଯେଉଁ ଆସନରେ ୨୦୧୭ରେ ବିଜେପି ବା କଂଗ୍ରେସ ବାଜିମାତ୍ କରିଥିଲେ ସେଠାରେ ଅପରାହ୍ନ ୪ଟା ସୁଦ୍ଧା ଆସୁଥିବା ଟ୍ରେଣ୍ଡ ହିସାବରେ ପଛରେ ପଡ଼ି ଯାଇଛନ୍ତି ଉଭୟ ଦଳ ।

ତେବେ ସେ ଯାହା ବି ହେଉ, ସଦ୍ୟତମ ଟ୍ରେଣ୍ଡ ଶଙ୍ଖ ଶିବିରରେ ଖୁସି ଆଣିଦେଇଛି । କିନ୍ତୁ ରାଜନୀତି ପଣ୍ଡିତଙ୍କ ଆକଳନ ଯେ, ଆଗକୁ ଆହୁରି ରାଉଣ୍ଡ ବାକି ଅଛି ତେଣୁ ରାଜନୀତିର ପଶାପାଲି ଭିତରେ କିଛି ବି ହୋଇପାରେ । ଏବେ ଯିଏ ଆଗରେ ସିଏ ପଛରେ ବି ପଡ଼ିପାରେ ଆଉ ଯିଏ ପଛରେ ସିଏ କେତେବେଳେ ବି ଚେକ୍ ଦେଇପାରେ । ତେଣୁ ଅନ୍ତିମ ନିର୍ଣ୍ଣୟାକ ଫଳାଫଳ ନଆସିବା ପୂର୍ବରୁ କାହାର ବାଜିମାତ୍ ହେବ ତାହା କହିବା କାଠିକର ପାଠ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe