କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ । ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ୨୬୮ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୨୬ ଏବଂ କଂଗ୍ରେସ ୧୬ଟି ଜୋନରେ ଆଗେଇ ଚାଲିଛି । ଏବଂ ଅନ୍ୟାନ୍ୟ ୫ଟି ଜୋନରେ ଆଗୁଆ ରହିଛନ୍ତି । ତେବେ ଯେଉଁ ଯେଉଁ ଆସନରେ ୨୦୧୭ରେ ବିଜେପି ବା କଂଗ୍ରେସ ବାଜିମାତ୍ କରିଥିଲେ ସେଠାରେ ଦିନ ସାଢ଼େ ଗୋଟାଏ ସୁଦ୍ଧା ଆସୁଥିବା ଟ୍ରେଣ୍ଡ ହିସାବରେ ପଛରେ ପଡ଼ି ଯାଇଛି ବିରୋଧୀ ।
#ପଞ୍ଚାୟତ_ଫଇସଲା#ଆଗରେ_ବିଜେଡି
କେଇ ମିନିଟରେ ବଦଳିଯାଉଛି ସଂଖ୍ୟା । ଆସିବାରେ ଲାଗିଛି ନୂଆ ନୂଆ ଟ୍ରେଣ୍ଡ । ଦେଖନ୍ତୁ ଦିନ ୧ଟା ୩୦ ସୁଦ୍ଧା କଣ ରହିଛି ଟ୍ରେଣ୍ଡ ?
#ElectionsWithKanakNews#PanchayatResults#PanchayatCounting#Odisha#KanakNewspic.twitter.com/hvnMbR7fTs— Kanak News (@kanak_news) February 26, 2022