ଏବେ ବି ଆଦିତ୍ୟ ମୃତ୍ୟୁ ଉପରୁ ଉଠୁନି ପରଦା ! ଜେରା ହେବେ ଓଏଏସ ଅଫିସର ?

ଏବେ ବି ଆଦିତ୍ୟ ମୃତ୍ୟୁ ଉପରୁ ଉଠୁନି ପରଦା ! ଜେରା ହେବେ ଓଏଏସ ଅଫିସର ?

କନକ ବ୍ୟୁରୋ : ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଦୀର୍ଘ ୨୪ ଦିନ ତଦନ୍ତରେ ଜିଆରପି ଯେଉଁ ଦିଗରେ ଆଦୌ ଆଗେଇ ନଥିଲା, ସେଇ ଦିଗକୁ ଏବେ ନଜର ପକାଇଛି କ୍ରାଇମ୍‌ବ୍ରାଞ୍ଚ। କ୍ରାଇମ୍‌ବ୍ରାଞ୍ଚ ସ୍କାନର୍‌ରେ ଆସିଛନ୍ତି ପ୍ରଶାସନିକ ଅଧିକାରୀ ଯାହାଙ୍କର ଆଶୀର୍ବାଦରେ କେନ୍ଦ୍ରାପଡ଼ାରେ ଲକ୍‌ଡାଉନ୍‌ର କଟକଣା ଭିତରେ ହୋଇଥିଲା ଆଦିତ୍ୟଙ୍କ ବାହାଘର। ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟରେ ତାଙ୍କ ପାଖରୁ କିଛି ତଥ୍ୟ ଯୋଗାଡ଼ କରିବାକୁ କ୍ରାଇମ୍‌ବ୍ରାଞ୍ଚ ଏବେ ତାଙ୍କୁ ଜେରା କରିବାକୁ ଯୋଜନା କରିଛି। ଓଏଏସ୍‌ ଅଧିକାରୀ ଜେରା ହେଲେ କେବଳ କିଛି ତଥ୍ୟ ନୁହେଁ, ବରଂ ଅନେକ ଚର୍ଚ୍ଚା ପଛର ଅକୁହା କଥା ମଧ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

କେଉଁ ସ୍ୱାର୍ଥରେ ପ୍ରଶାସନିକ ଅଧିକାରୀ ନେଇଥିଲେ ରିସ୍କ! ଲକ୍‌ଡାଉନ୍‌ର କଡ଼ା କଟକଣା ସତ୍ୱେ ବାହଘର ଆୟୋଜନ କରିଥିଲେ ମନ୍ଦିରରେ! ସରକାରୀ ବାବୁଙ୍କର ହାତ ଏମିତି କେତେ ଲମ୍ବା ଯେ, ବାହାଘର ପାଇଁ ସୀକୃତି ଆବଶ୍ୟକ ପଡ଼ି ନାହିଁ କିମ୍ବା ବାହାଘର ବେଳେ ଚଢ଼ଉ ମଧ୍ୟ ହୋଇ ନାହିଁ! ୨୪ ଦିନ ଧରି ଜିଆରପି ବିଭିନ୍ନ ମୋବାଇଲ ନମ୍ବର ଟ୍ରାକ୍‌ କରି ତନାଘନା ଜାରି ରଖିଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କ ପାଖକୁ ପହଞ୍ଚିବାକୁ ସାହସ କଲାନାହିଁ କେମିତି! ଏ ତମାମ୍‌ ପ୍ରଶ୍ନର ଉତ୍ତର ମିଳିବାକୁ ଥିବାରୁ ଏବେ ସମସ୍ତ ନଜର କ୍ରାଇମ୍‌ବାଞ୍ଚ ଉପରେ ରହିଛି। ବିଦ୍ୟାଶ୍ରୀ କଟକର ହୋଇଥିବା ବେଳେ ଆଦିତ୍ୟ ଭୁବନେଶ୍ୱରରେ ରହୁଥିଲେ। କିଛି ଦିନର ପ୍ରେମ ପରେ ଲକ୍‌ଡାଉନ୍‌ର କଡ଼ା କଟକଣା ଭିତରେ କେନ୍ଦ୍ରପଡ଼ାର ପାଟକୁରା ଧାନମଣ୍ଡଳ ଭଗବାନପୁର ଗ୍ରାମର ସିଦେ୍ଧଶ୍ୱର ମନ୍ଦିରରେ ବାହାଘର ହୋଇଥିଲା। ଜେରା ପରେ ଏ ସବୁ ଉପରୁ ପରଦା ହଟିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe