କଟକ ହେବ କି ନୂଆ ଆଇପିଏଲ ଟିମ? ସଟଲିଷ୍ଟରେ ସାମିଲ ହୋଇଥିବା ସୂଚନା

900

କନକ ବ୍ୟୁରୋ: ୨୦୨୨ରେ ବଢିବାକୁ ଯାଉଛି ଆଇପିଏଲ ଟିମର ସଂଖ୍ୟା । ଆଗାମୀ ବର୍ଷ ଆଇପିଏଲରେ ସାମିଲ ହେବେ ଆଉ ୨ଟି ନୂଆ ଟିମ । ଆଉ ଏହି ୨ ଟିମ ସହ ମୋଟ ୮ଟି ଟିମରେ ଖେଳାଯିବ ଆଇପିଏଲ । ସେଥିପାଇଁ ୬ଟି ରାଜ୍ୟକୁ ସଟ ଲିଷ୍ଟ କରିଛି ବିସିସିଆଇ । ତେବେ ନଜର ପକାନ୍ତୁ କେଉଁ ରାଜ୍ୟକୁ ସଟଲିଷ୍ଟ କରା ଯାଇଛି ।

ସଟଲିଷ୍ଟ ହୋଇଥିବା ୬ଟି ରାଜ୍ୟ ହେଉଛନ୍ତି ଅହମ୍ମଦାବାଦ, ଲକ୍ଷ୍ନୌ, ଗୌହାଟୀ, ରାଞ୍ଚି, ଧର୍ମଶାଳା ଓ କଟକ । ଏହି ୬ଟି ରାଜ୍ୟକୁ ଫ୍ରାଞ୍ଚଆଇଜଙ୍କୁ ବିକଳ୍ପ ଦିଆଯିବ । ଆଉ ଏହି ୬ ରାଜ୍ୟରୁ ଫ୍ରାଞ୍ଚଆଇଜ ଦୁଇଟି ଟିମ କିଣିବେ ।

ଆସନ୍ତା ବର୍ଷ ଏହି ଦୁଇ ଟିମ ନିଲାମୀରେ ସାମିଲ ହେବେ । କିନ୍ତୁ ନିଲାମୀର ପ୍ରକୃତ ତାରିଖ ଏଯାଏଁ ଘୋଷଣା ହୋଇନାହିଁ । ଏହି ଦୁଇ ନୂଆ ଦଳ ପାଇଁ ୨ ହଜାର କୋଟି ଟଙ୍କା ସ୍ଥିର କରାଯାଇଛି ।