ବଦଳିବ କି ପୁରୀ ରେଳ ଷ୍ଟେସନର ନାଁ ? କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେପି । 

171

କନକ ବ୍ୟୁରୋ : ବଦଳିବ କି ପୁରୀ ରେଳ ଷ୍ଟେସନର ନାଁ ? ପୁରୀ ରେଳ ଷ୍ଟେସନର ନାଁ ବଦଳାଇବାକୁ ନେଇ ଉଠିଲା ଦାବି । ଷ୍ଟେସନର ନାଁ ବଦଳାଇବା ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ବିଜେପି ନେତା ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏନେଇ ଦାବି ଜଣାଇଛନ୍ତି ।

ତେବେ ପୁରୀ ରେଳ ଷ୍ଟେସନର ନାଁ ‘ଶ୍ରୀ ଜଗନ୍ନାଥ ଧାମ ପୁରୀ’ କରିବାକୁ ଦାବିପତ୍ର ପ୍ରଦାନ କରିଛି ବିଜେପି । ସେପଟେ ଦାବିପତ୍ର ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି, ‘ମହାପ୍ରଭୁଙ୍କ ନାଁରେ ରେଳ ଷ୍ଟେସନ ହେବା କଥା’ । ଗୃହ ମନ୍ତ୍ରାଳୟକୁ ସୁପାରିଶ ପତ୍ର ପଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଅନୁରୋଧ କରିଛନ୍ତି ।