କନକ ବ୍ୟୁରୋ : ବିଜେପି ସରକାର କ୍ଷମତାକୁ ଆସିବାକୁ ଏହା ଭିତରେ ଦେଢ଼ ମାସ ବିତିଗଲାଣି । ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ନୂଆ ସରକାର ପୂରଣ ବି କଲେଣି । ଆଉ କିଛି ପ୍ରତିଶ୍ରୁତି ପୂରଣ ପାଇଁ ବଜେଟରେ ବ୍ୟୟ ବରାଦ ମଧ୍ୟ କରିଛନ୍ତି । ତେବେ ଏ ସମ୍ପର୍କରେ ଲୋକମାନେ କେମିତି ଅବଗତ ହେବେ, ସୁବିଧା ପାଇବେ, ଦଳର ସଂଗଠନ ମଜବୁତ ହେବେ ସେଥିପାଇଁ ସ୍ୱତନ୍ତ୍ର ରଣନୀତି କରିଛି ଶାସକ ଦଳ।

Advertisment

ସରକାର ଗଠନ କରିବା ପରେ ଏବେ ବିଜେପିକୁ ଘାରିଛି ସଂଗଠନ ସୁଦୃଢ଼ କରିବା ଚିନ୍ତା । ଆଗାମି ପୌର ଓ ପଂଚାୟତ ନିର୍ବାଚନ ପୂର୍ବରୁ ଦଳ ଯେମିତି ତୃଣମୂଳସ୍ତରରୁ ସଂଗଠିତ ହେବ, ସେ ନେଇ ରଣନୀତି ପ୍ରସ୍ତୁତ କରୁଛି ଦଳ । ବିଜେପିସରକାରରନିଷ୍ପତିକୁଲୋକମାନଙ୍କପାଖରେପହଁଚାଇବାକୁଜିଲ୍ଲାଗସ୍ତକରିବେମନ୍ତ୍ରୀ ପ୍ରତିମନ୍ତ୍ରୀ୨ଟିଲେଖାଏଁଜିଲ୍ଲାଗସ୍ତକରିବେ। ଏହି ସମୟରେ ବିଭିନ୍ନଯୋଜନାରସମୀକ୍ଷାକରିବାସହମୋହନସରକାରଙ୍କଯୋଜନାନିଷ୍ପତିସମ୍ପର୍କରେଲୋକଙ୍କୁଅବଗତକରିବେ

କେବଳ ମନ୍ତ୍ରୀ ନୁହଁନ୍ତି ବିଭିନ୍ନ ଦାୟିତ୍ବରେ ଥିବା ନେତାମାନେମଧ୍ୟଗାଁକୁଯିବେବିଜେପିର୩୬ଟିସାଂଗଠନିକଜିଲ୍ଳାକୁଯାଇମଣ୍ଡଳୱାରୀସମୀକ୍ଷାକରିବେ। ରାଜ୍ୟ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତି ଅନୁସାରେ, ସରକାର, ସଂଗଠନସାଧାରଣଲୋକଙ୍କମଧ୍ୟରେସମନ୍ବୟରଖିକାର୍ଯ୍ୟକରିବେ ଏଥିସହ ଅଧିକରୁ ଅଧିକ ଲୋକ କେମିତି ଭାରତୀୟ ଜନତା ପାର୍ଟି ସହ ଯୋଡି ହେବେ ସେଥିପାଇଁ କାମ କରିବେ। ସାଧାରଣ ନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ ଭୋଟ ବ୍ୟବଧାନ ଗୋଟିଏ ପ୍ରତିଶତରୁ ମଧ୍ୟ କମ୍ ରହିଥିଲା । ୨୦୨୭ ପଂଚାୟତ ଓ ପୌର ନିର୍ବାଚନରେ ଭୋଟ ବ୍ୟବଧାନ ବଢ଼ାଇବାକୁ ଲକ୍ଷ୍ୟ ରଖିଛି ବିଜେପି ।