କନକ ବ୍ୟୁରୋ: ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ତେବେ ଏହାର ଠିକ ପୂର୍ବରୁ ଓଡିଶା ସୀମା ଭିତରେ ପଶି ଆନ୍ଧ୍ର ଅଧିକାରୀ ପୁଣି ହୋଡିଂ ଲଗାଇଛନ୍ତି । ବାରମ୍ବାର ଆନ୍ଧ୍ର ପ୍ରଶାସନ ଏମିତି ଦାଦାଗିରି କରୁଥିବାରୁ ଦୁଇ ରାଜ୍ୟ ମଧ୍ୟରେ ବିବାଦୀୟ ପରିସ୍ଥିତି ଲାଗି ରହିଛି । ବିବାଦ ଭିତରେ ଦୁଇ ରାଜ୍ୟର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଥିବାରୁ, ଏହା ବେଶ୍ ଗୁରୁତ୍ୱବହନ କରୁଛି ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଭେଟିବାକୁ ଆସିବାର ଦିନକ ପୂର୍ବରୁ ଓଡିଶା ସୀମା ଭିତରେ ପଶି ଆନ୍ଧ୍ର ଅଧିକାରୀ ପୁଣି ହୋଡିଂ ଲଗାଇଛନ୍ତି । ବାରମ୍ବାର ଆନ୍ଧ୍ର ପ୍ରଶାସନ ଏମିତି ଦାଦାଗିରି କରୁଥିବାରୁ ଦୁଇ ରାଜ୍ୟ ମଧ୍ୟରେ ବିବାଦୀୟ ପରିସ୍ଥିତି ଲାଗି ରହିଛି । ଏମିତି ସମୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଭେଟିବାକୁ ଆସୁଥିବାରୁ, ଦୁହିଁଙ୍କ ମଧ୍ୟରେ କଣ ଆଲୋଚନା ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।
ବିବାଦ ଭିତରେ ଦୁଇ ରାଜ୍ୟର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଥିବାରୁ, ଏହା ବେଶ୍ ଗୁରୁତ୍ୱବହନ କରୁଛି । ଏହି ଆଲୋଚନାରୁ ବିବାଦ ସମାଧାନର ବାଟ ବାହାରିବା ନେଇ ରାଜ୍ୟବାସୀଙ୍କର ଆଶା ବଢ଼ି ଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଲେଖିଛନ୍ତି, ଗଣତନ୍ତ୍ରରେ ଆପୋଷ ବୁଝାମଣା ଏବଂ ଆଲୋଚନା ମାଧ୍ୟମରେ ଅନେକ ବିବାଦର ସମାଧାନ ହୋଇପାରିଛି । ଦୁଇ ରାଜ୍ୟର ସର୍ବୋଚ୍ଚ ରାଜନୈତିକ ସ୍ତରରେ ହେଉଥିବା ଆଲୋଚନା ମାଧ୍ୟମରେ ସୀମା, ଭାଷା ଓ ଜଳ ବିବାଦର ଆପୋଷ ସମାଧାନର ବାଟ ବାହାରିବ ବୋଲି ଆଶା ।
ଆନ୍ଧ୍ର ଓ ଓଡିଶା ମଧ୍ୟରେ ପୋଲାଭରମ ପ୍ରକଳ୍ପ, ବଶଂଧାରା ନଦୀରେ ବ୍ୟାରେଜ ନିର୍ମାଣ, କୋଟିଆ ଗ୍ରାମପୁଞ୍ଜକୁ ନେଇ ସୀମା ବିବାଦ ରହିଛି । ହେଲେ ଗତ କିଛି ମାସ ହେଲା କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଅଧିକ ତୀବ୍ର ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/41-1.jpg)