କନକ ବ୍ୟୁରୋ : ଚାଷୀ ଆୟକୁ ଦୁଇଗୁଣ କରିବା ପାଇଁ କେବେ ଠାରୁ କହି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଆଶ୍ଚର୍ଯ୍ୟର ବିଷୟ, ଚାଷୀ ଆୟରେ ସେଭଳି କୌଣସି ଆଖି ଦୃଶିଆ ଅଭିବୃଦ୍ଧି ହୋଇନାହିଁ । ଏହି ପ୍ରସଙ୍ଗରେ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରି ଆସୁଥିଲେ ବିରୋଧୀ, ଏବେ ପ୍ରଶ୍ନ ଉଠାଇଛନ୍ତି ଅର୍ଥନୀତିଜ୍ଞ ।
ଚାଷୀଙ୍କ ଆୟ ହେବ କି ଦୁଇ ଗୁଣା ? କେବେ ସୁଧୁରିବ ଚାଷୀଙ୍କ ସମସ୍ୟା ?
୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା ହେବ ବୋଲି କହିଆସୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୨ ହେଲା କିନ୍ତୁ ବଢିଲା ନାହିଁ ଚାଷୀଙ୍କ ଆୟ । ଚାଷୀଙ୍କ ଅବସ୍ଥା ଶୋଚନୀୟ ହେଉଥିବା କହିଛନ୍ତି ବିଶେଷଜ୍ଞ । ଏନଏସଏସ ରିପୋର୍ଟ ଅନୁସାରେ –
- ୨୦୧୨ ମସିହାରେ ଭାରତରେ କୃଷକ ପରିବାରର ମାସିକ ଆୟ ଥିଲା ୬,୪୬୭ଟଙ୍କା
- ୨୦୧୮ ମସିହାରେ କୃଷକ ଆୟ ୧୦ ହଜାର ୨୧୮ ଟଙ୍କା
- ୬ ବର୍ଷରେ ମାତ୍ର ୫୯ ପ୍ରତିଶତ ଆୟ ବଢିଛି
ତେବେ ୬ ବର୍ଷରେ ଯଦି ୫୯ ପ୍ରତିଶତ ଆୟ ବୃଦ୍ଧି ପାଇଛି ତେବେ ୨୦୨୨ ସୁଦ୍ଧା ଦୁଇ ଦୁଣା ଅସମ୍ଭବ ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି । ଚାଷୀଙ୍କ ଆୟ ଦୁଇ ଗୁଣା କରିବା ପାଇଁ ଏକ ସ୍ୱତନ୍ତ୍ର କମିଟି ବି ଗଠନ ହୋଇଥିଲା । କିନ୍ତୁ ଚାଷୀ ତଥା ଚାଷୀଙ୍କ ଉନ୍ନତି ପାଇଁ ସେଭଳି କୌଣସି ଆଖି ଦୃଶିଆ କାମ ହୋଇନଥିବା ବିଶେଷଜ୍ଞ କହିଛନ୍ତି । ମୋଦୀ ସରକାର କର୍ପୋରେଟ୍ ସଂସ୍ଥା ପାଇଁ ଚିନ୍ତା କରୁଥିବା ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ବିରୋଧୀ । ବିରୋଧୀଙ୍କ ଏହି ସ୍ୱର ସହ ଏବେ ସ୍ୱର ମିଶାଇଛନ୍ତି ଅର୍ଥନୀତି ବିଶେଷଜ୍ଞ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/vlcsnap-2022-02-01-19h43m28s076.png)