କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଛି । ସେପଟେ ଆଗାମୀ ଦିନରେ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ତେବେ କହିବାକୁ ଗଲେ କରୋନାର କାୟା ଭାରତକୁ ଏକଦମ ଅଣନିଶ୍ୱାସୀ କରିବାକୁ ବସିଲାଣି । ତେବେ ଏହାରି ମଧ୍ୟରେ ସାରା ଦେଶରେ ଲକଡାଉନ ଘୋଷଣା କରିବାକୁ ଭାରତ ସରକାରଙ୍କ ଉପରେ ବିଭିନ୍ନ ଆଡୁ ଚାପ ସୃଷ୍ଟି ହେଉଛି ।
ଗତକାଲି ନୀତି ଆୟୋଗ ପ୍ରେସ କନଫରେନ୍ସ ମାଧ୍ୟମରେ ଲକଡାଉନ ଉପରେ ଚର୍ଚ୍ଚା କରିଥିଲେ । ଏଥିରେ କୁହାଯାଇଥିଲା, ବର୍ତ୍ତମାନ ସ୍ଥିତିରେ ଆଡଭାଇଜରୀ ଜାରି କରାଯାଇଛି । ଯଦି ଆଗକୁ କଡା କଟକଣାର ଆବଶ୍ୟକ ପଡିବ ତେବେ ଏନେଇ ପଦକ୍ଷେପ ନିଆଯିବ । ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ ମଧ୍ୟ ଲକଡାଉନ କରାଯାଇ ସାରିଲାଣି ।
ଦେଶରେ ଯେତେବେଳେ ଦ୍ୱିତୀୟ ଲହର ତାଣ୍ଡବର କରୁଛି ସେତେବେଳେ ଦେଶରେ ଲକଡାଉନ ନିୟମ ଲଗାଯାଇନାହିଁ, ହେଲେ ବିଭିନ୍ନ ରାଜ୍ୟ କେରଳ, ଓଡିଶା, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଲକଡାଉନ ନିୟମ ଲଗାଯାଇଛି । ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଲଗାଇବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆମେରିକାର ହେଲଥ ଏକ୍ସପର୍ଟ ଡାକ୍ତର ଏଣ୍ଟନୀ ଫାଉଚି ମଧ୍ୟ ଭାରତରେ ଲକଡାଉନ ଲଗାଇବା ଉଚିତ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/merlin_186322596_21f7ed82-120e-4cec-8bdc-c4f5110098b0-articleLarge.jpg)