କନକ ବ୍ୟୁରୋ: କେନ୍ଦୁଝର ଯୋଡା ଅଞ୍ଚଳରେ କମ୍ପାନୀର ମନମାନି ଯୋଗୁଁ ଅସ୍ତିତ୍ୱ ହରାଉଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ସୁନା ନଦୀ । ଦିନଦ୍ୱିପହରରେ ବଡ଼ ବଡ଼ ମେସିନ ଲଗାଇ ନଦୀ ଗର୍ଭକୁ ତାଡ଼ିବାରେ ଲାଗିଛି କମ୍ପାନୀ । ନଦୀ ତଳେ କମ୍ପାନୀର ସ୍ଲରି ପାଇପ ଯିବା ନେଇ ଯୋଜନା ହୋଇଛି । ଯେଉଁଥିରେ ଖଣିଜ ପଦାର୍ଥ ପରିବହନ ହେବ । ଏପଟେ ଯୋଡ଼ାବଜାର ଭିତରେ ଥିବା ଏହି ନଦୀରେ ନିର୍ମାଣ ହୋଇଥିବା ପୋଲକୁ ବନ୍ଦ କରି ଦିଆଯାଇଛି । ଫଳରେ ବର୍ଷାଦିନେ ନଦୀରେ ଅଧିକ ପାଣି ଆସିଲେ ଯୋଡ଼ା ବଜାର ପାଇଁ ବିପତି ଆଣିବ ବୋଲି ଚିନ୍ତା ପ୍ରକାଶ ପାଇଛି ।
ଏହାସହ ନଦୀ ଭିତରେ ଯାଉଥିବା ସ୍ଲରି ପାଇପ ଯଦି ଭବିଷ୍ୟତରେ ଫାଟେ ତେବେ ବୈତରଣୀ ସମେତ ଅନ୍ୟ ନଦୀ ପ୍ରଦୂଷିତ ହେବା ନେଇ ଆଶଙ୍କା କରାଯାଉଛି । ନଦୀ ପାଣି ପ୍ରଦୂଷିତ ହେଲେ ନଦୀ ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ତୁରନ୍ତ ଏହାକୁ ବନ୍ଦ କରିବା ସହ ତଡ଼ା ଯାଇ୍ଥିବା ନଦୀକୁ ପୋତିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/suna-nadi.jpg)