ଅଧିକ ଘନୀଭୂତ ହେବ କି ଘୂର୍ଣ୍ଣିବଳୟ? ଉତ୍ତର ଆଣ୍ଡାମାନ ସାଗରରୁ ଆସିବ କି ବିପଦ…

349

କନକ ବ୍ୟୁରୋ: ପାର୍ବଣ ପରେ ପରେ ୧୭ ତାରିଖ ବେଳକୁ ରାଜ୍ୟ ଉପରକୁ ବାତ୍ୟା ବିପଦ ନେଇ ପୂର୍ବାନୁମାନ ଭିତରେ ଭାରତୀୟ ପାଣିପାଗ ବିଭାଗ ଆଣିଛି ଆଶ୍ୱସ୍ତିଜନକ ଖବର । ସଂସ୍ଥାର ସୂଚନା ଅନୁସାରେ…

  • ଉତ୍ତର ଆଣ୍ଡାମାନ ସାଗର ଉପରେ ସ୍ଥିର ରହିଛି ଘୂର୍ଣ୍ଣିବଳୟ
  • ନିର୍ଦ୍ଧିଷ୍ଟ ଜାଗାରେ ସ୍ଥିର ରହିଥିବାରୁ ଲଘୁଚାପ ସୃଷ୍ଟିରେ ହେଉଛି ବିଳମ୍ବ
  • ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆକଳନ
  • ୧୩ ତାରିଖ ଆଡକୁ ଲଘୁଚାପ ସୃଷ୍ଟି ହେବା ପୂର୍ବାନୁମାନ
  • ୧୫ ବେଳକୁ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ

ବଡ କଥା ହେଉଛି, ସୃଷ୍ଟି ହେବାକୁ ଥିବା ଲଘୁଚାପ ଆଉ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା କମ୍ । ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଏହି ଲୋ-ପ୍ରେସର୍ ଅଗ୍ରଗତି କରିବ ଏବଂ ସେହି ଆକାରରେ ହିଁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।

ସ୍ଥଳଭାଗ ଅତିକ୍ରମ କରିବା ବେଳେ କେବଳ “ଘନୀଭୂତ ଲଘୁଚାପ’ ଆକାରରେ ରହିଥିବା ନେଇ ଅନୁମାନ କରାଯାଉଛି । ୧୫ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଦେଇ ଏହା ଅତିକ୍ରମ କରିପାରେ । ତେଣୁ ଓଡିଶା ଉପରେ ସୃଷ୍ଟି ହେବାକୁ ଥିବା ବାତ୍ୟା ବିପଦ କମିଥିବା ଆଇଏମଡି ଆକଳନରୁ ଜଣାପଡୁଛି । ଯଦି ୧୩ରେ ଲଘୁଚାପ ସୃଷ୍ଟିହୁଏ ତେବେ ୧୫ ପରେ ରାଜ୍ୟରେ ବର୍ଷାର ସମ୍ଭାବନା ବଢିଯିବ ।