ତେଲେଙ୍ଗାନାରେ କେସିଆରଙ୍କ ଶକ୍ତି ପ୍ରଦର୍ଶନ, ନୂଆ ସାମୁଖ୍ୟ ନେଇ ଚର୍ଚ୍ଚା । ଏପଟେ ଭାରତ ରାଷ୍ଟ୍ର ସମିତିର ଫୋକସରେ ଦକ୍ଷିଣ ଓଡ଼ିଶା ।

Advertisment
ତେଲେଙ୍ଗାନାରେ କେସିଆରଙ୍କ ଶକ୍ତି ପ୍ରଦର୍ଶନ, ନୂଆ ସାମୁଖ୍ୟ ନେଇ ଚର୍ଚ୍ଚା । ଏପଟେ ଭାରତ ରାଷ୍ଟ୍ର ସମିତିର ଫୋକସରେ ଦକ୍ଷିଣ ଓଡ଼ିଶା ।

କନକ ବ୍ୟୁରୋ: ବିଶାଳ ଜନସଭା । ହଜାର ହଜାର ଜନତା, ଶହ ଶହ ନେତା । ଏକାଧିକ ମୁଖ୍ୟମନ୍ତ୍ରୀଙ୍କ ମେଳରେ, ଦକ୍ଷିଣରୁ ଦିଲ୍ଲୀର ଆସନ ଯାଏଁ ପହଞ୍ଚିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ମେଗା ପ୍ଲାନ୍ । ଅଣ-ବିଜେପି ଓ ଅଣ କଂଗ୍ରେସ ନେତାଙ୍କୁ ଏକାଠି କରି ଏକ ନୂଆ ସାମୁଖ୍ୟର ଯୋଜନା କରୁଛନ୍ତି କେ. ଚନ୍ଦ୍ରଶେଖର ରାଓ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି । ଉଦ୍ଦେଶ୍ୟ ସ୍ପଷ୍ଟ, ଲକ୍ଷ୍ୟ ୨୦୨୪ ।

  • ଓଡ଼ିଶା ରାଜନୀତିର ମୋଡ଼ ବଦଳାଇ ଦେବେ କି ଟିମ୍ କେସିଆର୍ ?
  • ଓଡ଼ିଶା ପାଇଁ ହେବ କେସିଆର ଓ କେଜ୍ରିୱାଲଙ୍କ ଜଏଣ୍ଟଭେଞ୍ଚର ?
  • ଦକ୍ଷିଣରେ କେସିଆର, ଉପକୂଳରେ କେଜ୍ରିୱାଲ?

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ, କେସିଆରଙ୍କୁ ଭେଟିବାର ଠିକ୍ ଦୁଇ ଦିନ ପରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବିଆରଏସ୍ ମୁଖ୍ୟଙ୍କୁ ଭେଟିବା ଗୋଟିଏ କଥା ସ୍ପଷ୍ଟ କରି ଦେଉଛି ଯେ, କେସିଆରଙ୍କ ଟାର୍ଗେଟରେ ଦକ୍ଷିଣ ଓଡ଼ିଶା । ନୂଆ ସାମୁଖ୍ୟର ଟାର୍ଗେଟରେ ଦକ୍ଷିଣ ଓଡ଼ିଶାର ତେଲୁଗୁ ଭାଷାଭାଷି ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ । ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ତେଲୁଗୁ କହୁଥିବା ଭୋଟରଙ୍କୁ ପ୍ରଭାବିତ କରି ନିଜ ସପକ୍ଷରେ ନେବା ପାଇଁ ଚାଲିଛି ଯୋଜନା । ଏହାରି ଭିତରେ କଂଗ୍ରେସ ଛାଡ଼ି କେସିଆରଙ୍କ ପାଖରେ ପହଞ୍ଚିଯାଇଛନ୍ତି କୈଳାସ ମୁଖି ।

ବଡ଼ କଥା ହେଉଛି, ଓଡ଼ିଶାରେ ପ୍ରବେଶ କରିବା ପାଇଁ କେସିଆର, ଓଡ଼ିଶାର ନେତାଙ୍କୁ ନିଜ ପାଖକୁ ନେବା ପାଇଁ ଉଦ୍ୟମ କରୁଥିବା ବେଳେ, ନିଜର ଲକ୍ଷ୍ୟ ହାସଲ କରିବା ପାଇଁ କେଜ୍ରିୱାଲଙ୍କୁ ସାମ୍ନାକୁ ଆଣିପାରନ୍ତି । ଉପକୂଳ ଓଡ଼ିଶାରେ ଆପ୍୍ ଏବଂ ଦକ୍ଷିଣ ଓଡ଼ିଶାରେ ବିଆରଏସ୍୍, ଉଭୟ ବିଜେଡି ଓ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି । ଗୋଟିଏ ସପ୍ତାହ ପୂର୍ବରୁ ଆପ୍’ କରିଥିବା ମାନସ ମନ୍ଥନରେ ଫୋକସରେ ରହିଛି ଓଡ଼ିଶା । କୁହାଯାଉଛି ଆସନ୍ତା ଫେବୃୟାରୀରେ ଓଡ଼ିଶା ଆସିପାରନ୍ତି କେଜ୍ରିୱାଲ । ଏହି ସମୟରେ ଓଡ଼ିଶାର କିଛି ଅସନ୍ତୁଷ୍ଟ ଓ କୋଣଠେସା ନେତା ଆପ୍’ରେ ସାମିଲ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe