ନବୀନଙ୍କୁ ତଥାଗତ ଦେବେ କି ଟ୍ୱିଟର ବାର୍ତ୍ତା ! ମୁଁ ହିନ୍ଦୀ ବୁଝେନି ବିଜେପୁର ଜନତା ବୁଝିବେ କିଭଳି? ସାଂସଦ ଦେଖାଇବେ କି ସତସାହାସ?

Advertisment
ନବୀନଙ୍କୁ ତଥାଗତ ଦେବେ କି ଟ୍ୱିଟର ବାର୍ତ୍ତା ! ମୁଁ ହିନ୍ଦୀ ବୁଝେନି ବିଜେପୁର ଜନତା ବୁଝିବେ କିଭଳି? ସାଂସଦ ଦେଖାଇବେ କି ସତସାହାସ?

କିଛି ଦିନ ଆଗରୁ ହିନ୍ଦୀ ଭାଷା ବ୍ୟବହାରକୁ ନେଇ ରାଜ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲା, ବିତର୍କ ହୋଇଥିଲା । ହିନ୍ଦୀ ଭାଷାକୁ କାହିଁକ ଲଦି ଦିଆଯାଉଛି, ତାକୁ ନେଇ ବିଜୁ ଜନତା ଦଳର ସାଂସଦ ତଥାଗତ ଶତପଥୀ ପ୍ରଶ୍ନ ଉଠାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନ୍ୟୁ ଇଣ୍ଡିଆ ଅଭିଯାନ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ତଥାଗତ ଶତପଥୀଙ୍କୁ ହିନ୍ଦୀ ଭାଷାରେ ଚିଠି ଲେଖିଥିଲେ । ଯାହାକୁ କଡା ଭାଷାରେ ତଥାଗତ ନିନ୍ଦା କରି କହିଥିଲେ, ସେ ହିନ୍ଦୀ ଭାଷା ବୁଝିବାରେ ଅସମର୍ଥ । ଓଡିଆ କିମ୍ବା ଇଂରାଜୀରେ ଚିଠି ପଠାଇବାକୁ ସେ ଅନୁରୋଧ କରିଥିଲେ ।

Naveenଏହି ତଥ୍ୟ ପୁଣି ଥରେ ଉଠାଇବାର ପ୍ରାସଙ୍ଗିକତାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା । ଆଜି ଯେତେବେଳେ ସୁବଳ ସାହୁଙ୍କ ପରିବାର, ବିଜୁ ଜନତା ଦଳରେ ସାମିଲ ହେଲେ, ସେତେବେଳେ ନବୀନ ନିଜ ଉଦବୋଧନ ହିନ୍ଦୀରେ ଦେଇଥିଲେ । ଯେଉଁ କେଇ ମିନିଟ ନିଜ ବକ୍ତବ୍ୟ ରଖିଥିଲେ, ତାହା ଥିଲା ହିନ୍ଦୀରେ । ଅର୍ଥାତ୍ ସିଧା ଶଦ୍ଦରେ କହିବାକୁ ଗଲେ, ତଥାଗତଙ୍କୁ ଏହାର ଅର୍ଥ ବୁଝାପଡିନଥିବ । କାହିଁକି ନା ସେ ହିନ୍ଦୀ ବୁଝିପାରନ୍ତିନି । ଠିକ ଯେମିତି ସେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ କହିଥିଲେ ।

ନବୀନଙ୍କ ହିନ୍ଦୀ ଅଭିଭାଷଣକୁ ତଥାଗତ ନିନ୍ଦା କରିବେ କି? ନବୀନଙ୍କୁ କହିବେ କି ଆଗାମୀ ଦିନରେ କମସେ କମ୍ ହିନ୍ଦୀ ଶଦ୍ଦ ବ୍ୟବହାର ନକରିବାକୁ? କାରଣ ତଥାଗତଙ୍କ ଭଳି ବିଜ୍ଞ ବ୍ୟକ୍ତି ତଥା ସାଂସଦ ଯେତେବେଳେ ହିନ୍ଦୀ ଭାଷା ବୁଝନ୍ତିନି, ସେତେବେଳେ ବିଜେପୁରରୁ ଆସିଥିବା ସାଧାରଣ ଜନତା, ହିନ୍ଦୀ ଭାଷା ବୁଝିଥିବେ ତ? ନା ନବୀନ ଓଡିଆ କହିପାରନ୍ତିନି, ଏହା ତଥାଗତ ବାବୁ ବେଶ ଭଲଭାବେ ଜାଣିଛନ୍ତି, ତେଣୁ ଏହି ମାମଲାରେ ଚୁପ ରହିବାକୁ ସେ ଉଚିତ ମନେକରିବେ । ନବୀନ ଯେତେବେଳେ ଓଡିଆ କୁହନ୍ତି ତାହା କିଭଳି ଶୁଣାଯାଏ, ଏହା ସମସ୍ତେ ଜାଣନ୍ତି । କିଭଳି କାଗଜ ବିନା ସେ ପଦୁଟିଏ ଓଡିଆ କହିପାରନ୍ତିନି, ଏବାବଦରେ ମଧ୍ୟ ସମସ୍ତେ ଅବଗତ । ହେଲେ ତଥାଗତ ଶତପଥୀ କିନ୍ତୁ କିଛିଦିନ ଆଗରୁ ଭିନ୍ନ ଯୁକ୍ତି ଉପସ୍ଥାପନ କରିଥିଲେ ।


ଯେତେବେଳେ ସାଂସଦ ତଥାଗତ ଶତପଥୀ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖି ହିନ୍ଦୀ ଜାଣିନଥିବା କହିଥିଲେ, ଏହାକୁ ଖୁବ ସମାଲୋଚନା କରିଥିଲେ ତୋମାର । କହିଥିଲେ, ସେ କାହାକୁ ହିନ୍ଦୀ ଶିଖିବାକୁ ବାଧ୍ୟ କରୁନାହାନ୍ତି । ଯଦି ତଥାଗତଙ୍କର ହିନ୍ଦୀ ଭାଷା ଉପରେ ଆପତ୍ତି ଅଛି ତେବେ ସେ ବିଚାର କରିବେ କେଉଁ ଭାଷାରେ ଚିଠି ଲେଖିବେ । ହେଲେ କେନ୍ଦ୍ରମନ୍ତ୍ରୀ ତୋମାର କିନ୍ତୁ ଏହି ଅବସରରେ କଟାକ୍ଷ କରିବାକୁ ପଛାଇନଥିଲେ । କହିଥିଲେ, ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଆ ଶିଖାନ୍ତୁ ତଥାଗତ ।

ସେହିଭଳି ନବୀନଙ୍କ ସହ ସେ କେଉଁ ଭାଷାରେ କଥା ହେଉଛନ୍ତି ବୋଲି ଆଉ ଜଣେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରଶ୍ନ ଉଠାଇଥିଲେ । ଓଡିଆ ଭାଷା ପ୍ରତି ସେମାନଙ୍କ ସମ୍ମାନ ରହିଛି, ହେଲେ ୧୭ ବର୍ଷ ଧରି ଶାସନରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଓଡିଆ ବୁଝାନ୍ତୁ ବୋଲି ଦୁଇ ଜଣ କେନ୍ଦ୍ରମନ୍ତ୍ରୀ କହିଥିଲେ । ଭାଷା ଲଢେଇ ଧୀରେ ଧୀରେ ରାଜନୈତିକ ଲଢେଇରେ ବଦଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଭାଷାଜ୍ଞାନ ତଥା ଓଡିଆ ଭାଷା ଉପରେ ଦକ୍ଷତାକୁ ଟାର୍ଗେଟ କରିଥିଲେ ଏହି ଦୁଇ କେନ୍ଦ୍ରମନ୍ତ୍ରୀ । ୧୭ ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ ଓଡ଼ିଆ କହିପାରୁନଥିବାରୁ, ତାଙ୍କୁ କାହିଁ ସାଂସଦ ପଚାରୁ ନାହିଁନ୍ତି ବୋଲି ଉଭୟେ ପ୍ରଶ୍ନ କରିଥିଲେ ।

ଗତ ମାସରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରଧାନମନ୍ତ୍ରୀଙ୍କ ନ୍ୟୁ ଇଣ୍ଡିଆ ଅଭିଯାନ ସଂପର୍କରେ ହିନ୍ଦୀରେ ତଥାଗତ ଶତପଥୀଙ୍କୁ ଚିଠି ଲେଖିଥିଲେ । ଚିଠିଟି ହିନ୍ଦିରେ ଥିବାରୁ ସାଂସଦ ପଢ଼ିବାରେ ଅସମର୍ଥ ଥିବା ଦର୍ଶାଇ ପ୍ରତି ଉତ୍ତରରେ କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଆ ଚିଠି ଲେଖିଥିଲେ ତଥାଗତ । ଏଥିସହ ହିନ୍ଦୀ ଭାଷା ଲଦି ଦିଆଯାଉଥିବା ନେଇ ଅଭିଯୋଗ ବି କରିଥିଲେ । ତଥାଗତଙ୍କ ଏହି ଚିଠିକୁ ନେଇ ଗଣମାଧ୍ୟମରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ସବୁଠି ଚର୍ଚ୍ଚା ଜୋର ଧରିଥିଲା ।

ଏପରିକି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ହିନ୍ଦି ଚିଠିର ଓଡ଼ିଆରେ ଉତ୍ତର ରଖିଥିଲେ ବିଜେଡି ସାଂସଦ ତଥାଗତ ଶତପଥୀ । କହିଥିଲେ, ସେ, ହିନ୍ଦୀ ବୁଝିପାରନ୍ତି ନାହିଁ । ହିନ୍ଦି ଭାଷା ପଢ଼ିବାରେ ସମର୍ଥ ନଥିବାରୁ ସେ ଓଡ଼ିଆ କିମ୍ବା ଇଂରାଜୀରେ ଚିଠି ଲେଖିବାକୁ କେନ୍ଦ୍ର ଗ୍ରାମୀଣ ଓ ପଂଚାୟତି ରାଜମନ୍ତ୍ରୀଙ୍କୁ ଜଣାଇଥିବା କହିଥିଲେ । ପୂର୍ବରୁ ୟୁପିଏ ସରକାର ଥିବା ସମୟରେ ଯାହା ଚିଠି ଆସୁଥିଲା ତାହା ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଥିଲା । ଦେଶର ବିଭିନ୍ନତାକୁ ଦୃଷ୍ଟିରେ ରଖି ସରକାର ଏଭଳି କରୁଥିଲେ । କିନ୍ତୁ ଏବେକାର ସରକାର ନିଜ ଇଚ୍ଛାକୁ ଅନ୍ୟ ଉପରେ ଲଦିବାକୁ ଚେଷ୍ଟା କରୁଛନ୍ତି । ସମ୍ବିଧାନରେ ଥିବା ୨୨ଟି ଭାଷାକୁ ଭାଙ୍ଗିଦେବା ପାଇଁ ଚେଷ୍ଟା କରୁଥିବା କହିଛନ୍ତି ବିଜେଡି ସାଂସଦ । ଯାହା ଦେଶକୁ ନଷ୍ଟ କରିଦେବ ବୋଲି ତଥାଗତ ଶତପଥୀ କହିଥିଲେ।

ଆଉ ଏବେ ନବୀନ, ହିନ୍ଦୀ ଭାଷାରେ ଉଦବୋଧନ ଦେବାପରେ ତଥାଗତ ଶତପଥୀ ଚୁପ ରହିବେ ନା ଦଳ ସୁପ୍ରିମୋଙ୍କୁ ପରାମର୍ଶ ଦେବେ ଓଡିଆ ଶିଖିବା ପାଇଁ, ତାହା ଏବେ ବଡ ପ୍ରଶ୍ନ । ତଥାଗତ ଶତପଥୀ ନବୀନ ବାବୁଙ୍କୁ କହିବେ କି, ଯେ ହିନ୍ଦୀ ଭାଷା ବଦଳରେ ଓଡିଆ ଭାଷା ବ୍ୟବହାର କରନ୍ତୁ । କାରଣ ପୂର୍ବରୁ ତଥାଗତ କହିଥିଲେ, ନବୀନଙ୍କ ସହ ସେ ଓଡିଆ ଭାଷାରେ କଥା ହୁଅନ୍ତି । ଆଉ ଏବେ ସମୟ ଆସିଛି, ତଥାଗତ ଶତପଥୀ ସାହାସ ଦେଖାଇ, ନବୀନଙ୍କୁ ଟ୍ୱିଟର ଜରିଆରେ ବାର୍ତ୍ତା ଦିଅନ୍ତୁ, ଯେ ସେ ହିନ୍ଦୀ ବୁଝନ୍ତି ନାହିଁ, ତେଣୁ ଓଡିଆରେ କୁହନ୍ତୁ ନବୀନ । ନା, ଚୁପ ରହିବା ଶ୍ରେୟସ୍କର ମଣିବେ ତଥାଗତ? ତଥାଗତଙ୍କ ଉପରେ ଏବେ ଅନେକ କିଛି ନିର୍ଭର କରୁଛି, ଜଣେ ନିର୍ଭୀକ ରାଜନେତା ଭାବେ ସେ ସତ କହିବାକୁ ସାହାସ ଦେଖାଇବେ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe