ପ୍ରବାସୀ ଅମାନିଆଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡା ଚେତାବନୀ: ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତି ୧୪ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟ; କ୍ୱାରେଣ୍ଟାଇନରେ ନରହିଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

673

କନକ ବ୍ୟୁରୋ: ପ୍ରବାସୀ ଅମାନିଆଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚେତାବନୀ । ସଙ୍ଗରୋଧରେ ନ ରହିଲେ ହେବ କାର୍ଯ୍ୟାନୁଷ୍ଠାନ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଆସୁଥିବା ପ୍ରବାସୀ ସମସ୍ତେ ୧୪ ଦିନ ପୃଥକବାସରେ ରହିବା ବାଧ୍ୟତାମୂଳକ । ଯାହାର ଲକ୍ଷଣ ପ୍ରକାଶ ପାଇବ ସେମାନଙ୍କ ସ୍ୱାବ ପରୀକ୍ଷା ହେବ । ଯିଏ ନିୟମ ନ ମାନିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱାସ୍ଥ୍ୟ କରାଯାଇଛି । ରାଜ୍ୟରେ ଖୁବଶୀଘ୍ର ୫ ହଜାର ନମୁନା ପରୀକ୍ଷାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

କ୍ୱାରେଂଟିନ ସେଂଟରରେ ନ ରହିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଭ୍କ ପରେ ଏବେ ଅମାନିଆଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ୍ । ବାହାରୁ ଆସୁଥିବା ସମସ୍ତ ପ୍ରବାସୀ ଓଡିଆଙ୍କୁ ୧୪ ଦିନ କାଳ ପୃଥକବାସରେ ରହିବା ବାଧ୍ୟତାମୂଳକ । ଏବଂ ଯେଉଁ ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଯବ ସେମାନଙ୍କର ସ୍ୱାବ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ । ସେହିଭଳି ଯିଏ କ୍ୱାରେଂଟିନ ନିୟମ ନମାନିବ ତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ବର୍ତ୍ତମାନ ୮ଟି ସ୍ଥାନରେ ନମୁନା ପରୀକ୍ଷା ହେଉଛି ଷ ଘରୋଇ ହସ୍ପିଟାଲରେ ପରୀ କ୍ଷା ପାଇଁ ଆଇସିଏମଆରକୁ ଅନୁରୋଧ କରାଯାଇଛି । ଏବେ ଦିନକୁ ୩ ହଜାର ପରୀକ୍ଷା କରାଯାଉଛି । ଖୁବ୍ ଶୀଘ୍ର ୫ ହଜାର ନମୂନା ପରୀକ୍ଷା ହେବ ।