ଆଉ କିଛି ସମୟ ପରେ ଆରମ୍ଭ ହେବ ଆଇପିଏଲ-୨୦୨୨ । ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କୁ ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବ କି ଚେନ୍ନାଇ ।

ଆଉ କିଛି ସମୟ ପରେ ଆରମ୍ଭ ହେବ ଆଇପିଏଲ-୨୦୨୨ । ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କୁ ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବ କି ଚେନ୍ନାଇ ।

Image Courtesy - pragativadi.com

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାକୁମ୍ଭ । ସନ୍ଧ୍ୟା ୭.୩୦ରେ ଖେଳାଯିବ ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ୍ । ଆଉ ପ୍ରଥମ ଲଢେଇରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ଦୁଇ ନୂଆ ଅଧିନାୟକଙ୍କୁ ନେଇ ଏଥର ମୈଦାନକୁ ଓହ୍ଲାଇବେ ଦୁଇ ଦଳ । ରବିନ୍ଦ୍ର ଜାଡେଜା ଚେନ୍ନାଇ ସୁପରକିଙ୍ଗସର କ୍ୟାପଟେନ୍ ରହିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ହେଉଛନ୍ତି ଶ୍ରେୟସ ଆୟର ।

ତେବେ ଆଜିର ମ୍ୟାଚର ଓଡ଼ିଶାବାସୀଙ୍କ ପସନ୍ଦର ଦଳ ହେବ ଚେନ୍ନାଇ ସୁପରକିଙ୍ଗସ । କାରଣ ଏକମାତ୍ର ଓଡ଼ିଆ ଖେଳାଳୀ ଭାବେ ଏଥର ଚେନ୍ନାଇରେ ରହିଛନ୍ତି ଶୁଭ୍ରାଂଶୁ ସେନାପତି । ତେବେ ଆଜିର ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ଶୁଭ୍ରାଂଶୁ ସ୍ଥାନ ପାଉଛନ୍ତି କି ନାହିଁ, ତାଉପରେ ଅଟକିଛି ସମସ୍ତଙ୍କ ନଜର । ମୋଇନ୍ ଅଲ୍ଲୀ ପ୍ରଥମ ମ୍ୟାଚ୍ ଖେଳୁନଥିବାରୁ ଆଜିର ମ୍ୟାଚରେ ଶୁଭ୍ରାଂଶୁଙ୍କୁ ସ୍ଥାନ ମିଳିପାରେ ବୋଲି ସମସ୍ତେ ଆଶା ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe