କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି, ଟିକଟ ହାତେଇବା ଓ ଭୋଟର ମାନଙ୍କ ନିକଟତର ହେବା ଲାଗି ରାଜନେତା ମାନେ ସେତିକି ତତ୍ପର ହୋଇ ଉଠୁଛନ୍ତି । ତେବେ ରାଜନେତା ତଥା ଓଲିଉଡ ସୁପରଷ୍ଟାର ଏବେ ରାଜନୈତିକ ମୈଦାନ ଓ ସୁଟିଙ୍ଗ ସେଟ୍ ଛାଡି ନିଜ ବାଇକର୍ସ ଗ୍ୟାଙ୍ଗ ‘ଓଡିଶା ସୁପର ରାଇଡର୍ସ’ ସହ ପ୍ରକୃତିକୁ ଉପଭୋଗ କରୁଛନ୍ତି ସିଦ୍ଧାନ୍ତ ମହାପାତ୍ର ।

Advertisment

ରାଜଧାନୀରୁ ମାଲକାନଗିରି ପ୍ରାୟ ୬୫୦ କିଲୋମିଟରରୁ ଅଧିକ ରାସ୍ତା ବାଇକ ରାଇଡ୍ କରି ବାଇକର୍ସ ମାନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ବୁଲି ଦେଖୁଛନ୍ତି । ସତିଗୁଡା ଇକୋ ପାର୍କ ପରେ ସିଦ୍ଧାନ୍ତଙ୍କ ଦଳ ଜଦୁଗୁଡା ଇକୋ ପାର୍କ ବୁଲି ଦେଖିଛନ୍ତି । ଏହା ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନକୁ ପ୍ରମୋଟ କରିବାକୁ ଅଣ୍ଟା ଭିଡିଛୁ ବୋଲି କହିଛନ୍ତି ସିଦ୍ଧାନ୍ତ । ଓଡ଼ିଶାର ସବୁ ସ୍ଥାନକୁ ଯାଇ ଏହାର ପ୍ରଚାର ପ୍ରସାର କରୁଛୁ ।

ତେବେ ୨୦୨୪ ନିର୍ବାଚନକୁ ନେଇ ସିଦ୍ଧାନ୍ତ କହିଛନ୍ତି, ଲୋକଙ୍କ ସେବା କରିବାକୁ ଯେତେବେଳେ କହିଛି ସେତେବେଳେ ପଛଘୁଞ୍ଚା କେବେ ଦେବେନି ।  ଟିକେଟ ମିଳିଲେ ସେ ଅବଶ୍ୟ ନିର୍ବାଚନ ଲଢ଼ିବେ ବୋଲି କନକ ନ୍ୟୁଜକୁ ପରୋକ୍ଷରେ ସୂଚନା ଦଇଛନ୍ତି ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ।