କନକ ବ୍ୟୁରୋ : ଫୋନି ବାତ୍ୟା ପରେ ଧିରେ ଧିରେ ଅଂଟା ସଳଖୁଛି ପୁରୀ । ପୁରୀରେ ଅନେକ କ୍ଷୟକ୍ଷତି ହୋଇଛି । ତେବେ ଶୂନଶାନ ହୋଇପଡିଥିବା ବଡଦାଣ୍ଡ ପୁଣି ଥରେ ଚଳଚଂଚଳ ହୋଇଛି । ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି । ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ମହାପ୍ରଭୁଙ୍କ ଅପାର ଦର୍ଶନ ପାଉଛନ୍ତି । ଅବଢା ପାଇ ନିଜକୁ ଧନ୍ୟ ମନେକରୁଛନ୍ତି ।
ସୁୁରୁଖୁରୁରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ଛପନ ପଉଟି ଭୋଗ ଖାଉଛନ୍ତି ତିନିଠାକୁର । ଏହାସହ କାହିଁ କେତେ ଦୂରଦୂରାନ୍ତରୁ ଭକ୍ତଙ୍କ ଆସି ମଧ୍ୟ ଶ୍ରୀଜୀଉଙ୍କୁ ଦର୍ଶନ ମଧ୍ୟ କରୁଛନ୍ତି । ତେବେ ଖୁବଶୀଘ୍ର ପୁରୀ ସ୍ୱାଭାବିକ ହେବ ବୋଲି ଭକ୍ତ ଆଶା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Puri-Jagannath-Temple-768x500.jpg)