କନକ ବ୍ୟୁରୋ : ଟାଟା ମୋଟର୍ସ ଟିଆଗୋ ଏବଂ ଟିଗୋର ବ୍ୟତୀତ ଆହୁରି ଦୁଇଟି ଇଲେକ୍ଟ୍ରିକ୍ କାର ବଜାରକୁ ଆଣିବା ଯୋଜନା ରଖିଛି। ସେହି କାର ଦୁଇଟି ହେଲା ଅଲ୍ଟ୍ରୋଜ୍ ଏବଂ ଏଚ୨ଏକ୍ସ। ଏହି ୪ଟି ଯାକ ଇଲେକ୍ଟ୍ରିକ୍ କାର ଆସିଯିବା ଫଳରେ ଟାଟା ମୋଟର୍ସର ଇଲେକ୍ଟ୍ରିକ୍ କାର ସଂଖ୍ୟା ସବୁଠୁ ଅଧିକ ହୋଇଯିବ। ଗତ କିଛିଦିନ ହେଲା ଏହା ଜାଣିବାକୁ ମିଳିଛି ଯେ, କମ୍ପାନି ଅଲ୍ଟ୍ରୋଜର ଇଲେକ୍ଟ୍ରିକ୍ ଭାରିଆଣ୍ଟ ଉପରେ ଏବେ କାର୍ଯ୍ୟ କରୁଛି। କମ୍ପାନିର ଯୋଜନା ସମ୍ପର୍କରେ ସିଇଓ ଗୁଏଣ୍ଟର ବଟ୍ସେକ୍ କୁହନ୍ତି, ଆଲଫା ଏବଂ ଓମେଗା ପ୍ଲାଟଫର୍ମକୁ କମ୍ପାନି ଭବିଷ୍ୟତରେ ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ କ୍ଷେତ୍ରରେ ବ୍ୟବହାର କରିବ। ଟାଟା ଟିଆଗୋର ଇଲେକ୍ଟ୍ରିକ୍ ଭାରିଆଣ୍ଟ କାର ମାରୁତିର ୱାଗନ ଆର ଇଲେକ୍ଟ୍ରିକ୍ ଭାରିଆଣ୍ଟ ସହିତ ପ୍ରତିଯୋଗିତା କରିବ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିଭଳି ଅଲ୍ଟ୍ରୋଜ୍ ଇଲେକଟ୍ରିକ୍ କାର ପ୍ରିମିୟମ ଇଲେକ୍ଟ୍ରିକ୍ ହ୍ୟାଚବ୍ୟାକ୍ ହେବ। ଏଚ୨ଏକ୍ସ ଇଲେକ୍ଟ୍ରିକ କାର ପ୍ରଥମ ଏସୟୁଭି/କ୍ରସଓଭର ହେବ ଯାହା ଇଲେକ୍ଟ୍ରିକ୍ ପାୱାରପ୍ଲାଣ୍ଟ ସହିତ ଆସିବ। ଏହି କାରର ପ୍ରତିଯୋଗିତା ବଜାରରେ ମହିନ୍ଦ୍ରାର ଇ-କେୟୁଭି ୧୦୦ ସହିତ ହେବ। କମ୍ପାନିର ସିଇଓଙ୍କ କହିବାନୁଯାୟୀ, ଟାଟା ଏଭଳି ଇଲେକ୍ଟ୍ରିକ୍ ପାୱାରଟ୍ରାନ୍ସ ଉପରେ କାର୍ଯ୍ୟ କରୁଛି ଯାହାକି ଥରେ ଚାର୍ଜ ହେଲେ ଗାଡ଼ି ୨୦୦ରୁ ୨୩୦ କିମି ପର୍ଯ୍ୟନ୍ତ ଯାତ୍ରା କରିବ। ଏସବୁ ୪ଟି ଇଲେକ୍ଟ୍ରିକ ଭାରିଆଣ୍ଟ କାରର ମୂଲ୍ୟ ୧୫ ଲକ୍ଷ ଟଙ୍କା ମଧ୍ୟରେ ରହିବ।