ଖୁବଶୀଘ୍ର ଆରମ୍ଭ ହେବ ଯୁକ୍ତ୨ ନାମଲେଖା ! ଜୁଲାଇରୁ ଆରମ୍ଭ ହେବ ପାଠପଢା

Advertisment
ଖୁବଶୀଘ୍ର ଆରମ୍ଭ ହେବ ଯୁକ୍ତ୨ ନାମଲେଖା ! ଜୁଲାଇରୁ ଆରମ୍ଭ ହେବ ପାଠପଢା

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ବାହାରିଛି। ଏଥିସହ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ବି ପ୍ରକାଶ ପାଇସାରିଛି। ପୂର୍ବବର୍ଷ ତୁଳନାରେ ଏଥର ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଗୁଡ଼ିକରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ। ଜୁନ୍ ମାସ ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ ହେବା ସହ ନାମଲେଖା ମଧ୍ୟ କରାଯିବ।

publive-imageଜୁଲାଇ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ନାମଲେଖା ପାଇଁ ଆବେଦନ କରିବାକୁ ଛାତ୍ରଛାତ୍ରୀ ପ୍ରସ୍ତୁତ ହେଉଥିବା ବେଳେ ଏଥର କଟ୍ ଅଫ୍ ମାର୍କକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। କେଉଁ କଲେଜ ଲାଗି ପିଲାଙ୍କୁ ପ୍ରସ୍ତୁତ କରିବେ? ୨୦୧୮-୧୯ରେ କେଉଁ କଲେଜର କଟ୍ ଅଫ୍ ମାର୍କ କେତେ ରହିଥିଲା? ସରକାରୀ କିମ୍ବା ଘରୋଇ କଲେଜରେ ପଢ଼ାଇଲେ ଭଲ ହେବ ତାହାକୁ ନେଇ ଅନୁସନ୍ଧାନ ଆରମ୍ଭ କରିଦେଇଛନ୍ତି।

କେତେକ ଘରୋଇ କଲେଜ ବି ଆକର୍ଷଣୀୟ ବିଜ୍ଞାପନ ମାଧ୍ୟମରେ ପିଲାଙ୍କୁ ଆକୃଷ୍ଟ କରୁଛନ୍ତି। ମାଗଣାରେ ମାଟ୍ରିକ୍ ପାସ୍ କରିଥିବା ପିଲାଙ୍କୁ କୋଚିଂ ଦେଉଛନ୍ତି। ଆବେଦନ ସମୟରେ ପିଲାମାନେ ଯେମିତି ସମ୍ପୃକ୍ତ କଲେଜକୁ ପ୍ରଥମ ପସନ୍ଦ ଭାବେ ରଖିବେ ସେଥିପ୍ରତି ମଧ୍ୟ ଘରୋଇ କଲେଜଗୁଡ଼ିକ ଟିପ୍ସ ଦେଉଛନ୍ତି। କିଛି ଆବାସିକ କଲେଜ ବି ପିଲାଙ୍କ ରହିବା, ଖାଇବା, ଶିକ୍ଷାଦାନ ଆଦି ପ୍ରତି ଗୁରୁତ୍ବ ଦେଉଛନ୍ତି।

ଗତବର୍ଷ ମାଟ୍ରିକରେ ପାସହାର ଅଧିକ ରହିବା ସହ ୧୭୦୦ରୁ ଅଧିକ ପିଲା ଏ-୧ ଗ୍ରେଡ୍ ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ମାର୍କ ହାସଲ କରିଥିଲେ। ତେବେ ଏଥର ସ୍ଥିତି ସମ୍ପୂର୍ଣ୍ଣ ଅଲଗା। ମାଟ୍ରିକରେ ପାସହାର କମିବା ସହ ମାତ୍ର ୧୧୮୦ ଜଣ ଏ-୧ ଗ୍ରେଡ୍ ପାଇଛନ୍ତି। ତେଣୁ ଏଥରକ ଯୁକ୍ତ୨ରେ କଟ୍ ଅଫ୍ ମାର୍କ ହ୍ରାସ ପାଇବ। ପ୍ରମୁଖ ସରକାରୀ କଲେଜରେ ୨ ପ୍ରତିଶତ ଯାଏ କଟ୍ ଅଫ୍ ମାର୍କ କମିପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe