ଫୋନି ପରେ ପୁରୀକୁ ଧିରେ ଧିରେ ଆସୁଛନ୍ତି ପର୍ଯ୍ୟଟକ ! କାଳିଆକୁ ଦର୍ସନ କରୁଚନ୍ତି, ସମୁଦ୍ରରେ ସ୍ନାନ ମଧ୍ୟ କରୁଛନ୍ତି

Advertisment
ଫୋନି ପରେ ପୁରୀକୁ ଧିରେ ଧିରେ ଆସୁଛନ୍ତି ପର୍ଯ୍ୟଟକ ! କାଳିଆକୁ ଦର୍ସନ କରୁଚନ୍ତି, ସମୁଦ୍ରରେ ସ୍ନାନ ମଧ୍ୟ କରୁଛନ୍ତି

କନକ ବ୍ୟୁରୋ : ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀର ପର୍ଯ୍ୟଟନ ଶିଳ୍ପକୁ ଛାରଖାର୍ କରି ଦେଇଛି। ବିଶେଷ କରି ବାତ୍ୟା ପ୍ରଭାବରେ ହୋଟେଲଗୁଡ଼ିକର ଅବସ୍ଥା ଏମିତି ହୋଇଛି ଯେ ଆଜିଯାଏ ସେଗୁଡ଼ିକ ରହିବା ଯୋଗ୍ୟ ହୋଇନାହିଁ। ତଥାପି ପୁରୀକୁ ଆସିବା ଆରମ୍ଭ କରିଦେଲେଣି ପର୍ଯ୍ୟଟକ। ବାତ୍ୟାର ୧୦ ଦିନ ପରେ ସମୁଦ୍ରକୂଳରେ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥିଲା।

publive-imageରବିବାର ଦିଗବାରେଣୀ ଖୁଣ୍ଟି ନିକଟରେ ୭୦ରୁ ୮୦ ଛତା ଲାଗିଥିଲା। ରଙ୍ଗବେରଙ୍ଗ ଛତା ତଳେ ପଡ଼ିଥିବା ଆରାମ୍ ଚେୟାରରେ ବସି ପାଖରୁ ସମୁଦ୍ର ଦୃଶ୍ୟରାଜିକୁ ଉପଭୋଗ କରୁଥିଲେ ପର୍ଯ୍ୟଟକ। ଅନେକ ପର୍ଯ୍ୟଟକ ସମୁଦ୍ରରେ ସ୍ନାନ କରୁଥିଲେ। ସମୁଦ୍ର ଜୁଆରର ମଜା ନେବା ସହ ପଇଡ଼ ଏବଂ ଥଣ୍ଡା ପାନୀୟ ପିଉଥିଲେ। ସକାଳୁ ସଂଧ୍ୟା ଯାଏ ସମୁଦ୍ରକୂଳରେ ଭିଡ଼ ଲାଗି ରହିଥିଲା। ତେବେ ସଞ୍ଜ ନଇଁବା ପୂର୍ବରୁ ପର୍ଯ୍ୟଟକମାନେ ଫେରି ଯାଇଥିଲେ। ବାତ୍ୟା ପରେ ପୁରୀରେ ହୋଟେଲଗୁଡ଼ିକ ରହିବା ଅନୁପଯୋଗୀ ହୋଇଥିବା ବେଳେ ବିଜୁଳି ନଥିବାରୁ ଖାଇବା ସୁବିଧା ବି ନଥିଲା। କାଁଭାଁ ରେସ୍ତୋରାଁରେ ଖାଇ ଫେରିଥିଲେ ପର୍ଯ୍ୟଟକ।

‘ଫୋନି’ ଆସିବା ପୂର୍ବରୁ ୧ ତାରିଖରେ ସମୁଦ୍ର କୂଳରେ ଲାଗିଥିଲା କଟକଣା। ୨ ତାରିଖଠାରୁ ଦଉଡ଼ି ବାନ୍ଧି ପର୍ଯ୍ୟଟକଙ୍କୁ ଅଟକାଯାଇଥିଲା। ୩ ତାରିଖରେ ଆସିଲା ଭୟଙ୍କର ବାତ୍ୟା। ପୁରୀ ପର୍ଯ୍ୟଟନ ଶିଳ୍ପକୁ ଦୋହଲାଇ ଦେଇ ଚାଲିଗଲା। ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପୁନଃ ପ୍ରସ୍ତୁତ ହୋଇନାହିଁ ପୁରୀ। ତଥାପି ବେଶ କିଛି ଯାନବାହନରେ ପର୍ଯ୍ୟଟକମାନେ ପୁରୀ ଆସିଥିଲେ । ସହରର ବିପର୍ଯ୍ୟସ୍ତ ଚିତ୍ର ଦେଖିବା ପରେ ସମୁଦ୍ର ସ୍ନାନ ପାଇଁ ଦିଗବାରେଣୀ ଖୁଣ୍ଟି ନିକଟସ୍ଥ ବେଳାଭୂମି, ପାନ୍ଥନିବାସ ପଛପଟ ବେଳାଭୂମିକୁ ପର୍ଯ୍ୟଟକ ପସନ୍ଦ କରୁଛନ୍ତି । ତେବେ ଫୋନି ପ୍ରଭାବରେ ପୁରୀରେ ଅନେକ କ୍ଷତି ହୋଇଛି । ସମୁଦ୍ର ବେଳାଭୂମିରେ ଅନେକ ପରିବର୍ତନ ହୋଇଛି । ବାତ୍ୟା ପରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଇଛି । ହେଲେ ପୁଣି ଥରେ ପୁରୀକୁ ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ପୁରୀକୁ ଧିରେ ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe