ବେଦାନ୍ତର କଳାହାଣ୍ଡିର ଥିବା ବିମାନ ବନ୍ଦରକୁ ରାଜ୍ୟ ସରକାରଙ୍କୁ କରାଯିବ ହସ୍ତାନ୍ତର : ଅନୀଲ ଅଗ୍ରୱାଲ

କଳାହାଣ୍ଡି ମୋ ହୃଦୟର ଅତି ନିକଟତର

130

କନକ ବ୍ୟୁରୋ : କଳାହାଣ୍ଡି ମୋ ହୃଦୟର ଅତି ନିକଟତର। ଏଠାରେ ପହଞ୍ଚିବା ପରେ ମୁଁ ଭାବୁଛି ମୋ ଜୀବନ ସାର୍ଥକ ହୋଇଛି। ଏହା କହିଛନ୍ତି ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ ଅଗ୍ରୱାଲ୍। ସେ କହିଛନ୍ତି ଯେ, ବେଦାନ୍ତ ପକ୍ଷରୁ କଳାହାଣ୍ଡିରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରାଯାଇଛି। ଏହା ପରଠାରୁ ଏହି ଜିଲ୍ଲାର ଚିତ୍ର ବଦଳିଯାଇଛି। ଭିତ୍ତିଭୂମିରେ ଉନ୍ନତି ହୋଇଥିବା ବେଳେ ବିଦ୍ୟୁତ ଶକ୍ତି ପହଞ୍ଚିଛି। ଏଠାରେ ସୁଲଭ ମୂଲ୍ୟରେ ଜମି ଓ ଶ୍ରମ ଶକ୍ତି ମିଳୁଛି। ପ୍ରତିଟି ନିବେଶକ କଳାହାଣ୍ଡିରେ ନିବେଶ କରିବାକୁ ଅଗ୍ରହ ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି।

 

ସେଠାରେ ଥିବା କଂପାନିର ବିମାନ ବନ୍ଦର ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି। ଏହା ଜରିଆରେ କଳାହାଣ୍ଡିକୁ ବିମାନ ସଂଯୋଗ ସ୍ଥାପନ କରାଯାଇପାରିବ। ଏଥି ସହିତ ପୁରୀ ଠାରେ ଏକ ବିଶ୍ବ ସ୍ତରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିବାର ଆବଶ୍ୟକତା ବିଷୟରେ ସେ ଆଲୋଚନା କରିଛନ୍ତି। ଏ କ୍ଷେତ୍ରରେ ବେଦାନ୍ତ ଅଗ୍ରଗତି କରିଛି। ସେଠାରେ ଏକ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢ଼ିପାରିବେ ବୋଲି ସେ କହିଛନ୍ତି। ରାଜ୍ୟରେ ଏକ ବିଶ୍ବ ସ୍ତରୀୟ କନେକସନ ସେଣ୍ଟର୍ ସ୍ଥାପନ କରାଯିବା ଦରକାର ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.