ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ପଞ୍ଜିକରଣ ପ୍ରସ୍ତାବ, କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ପ୍ରମାଣପତ୍ର ଦାଖଲ ବାଧ୍ୟତାମୂଳକ ହେବ

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ପଞ୍ଜିକରଣ ପ୍ରସ୍ତାବ, କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ପ୍ରମାଣପତ୍ର ଦାଖଲ ବାଧ୍ୟତାମୂଳକ ହେବ

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଦୀର୍ଘ ୪ମାସରୁ ଅଧିକ ଦିନ ହେବ ସମସ୍ତ ଧାର୍ମିକ ପୀଠକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ଏହି କ୍ରମରେ ପୁରୀରେ ବି ଶ୍ରୀଜିଉଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେଉଛନ୍ତି । ତେବେ କରୋନା ସଙ୍କଟ ସମୟରେ ଦୀର୍ଘଦିନ ହେବ ଦର୍ଶନ ବନ୍ଦ ରହିବା ପରେ ପୁଣି ଥରେ ଶ୍ରଦ୍ଧାଳୁମାନେ କିପରି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ସେ ନେଇ ବିଚାରବମର୍ଶ ଆରମ୍ଭ ହୋଇଛି। ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରାଯିବା ନେଇ ଏକ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରସ୍ତାବ ଗୃହୀତ ହେବା ପରେ କାର୍ୟ୍ୟକାରୀ ହେବ।

ଏହି ପ୍ରସ୍ତାବ ଅନୁସାରେ ଶ୍ରଦ୍ଧାଳୁଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନଲାଇନ୍‌ ପଞ୍ଜିକରଣ କରିବାକୁ ପଡ଼ିବ।  ଏଥିଲାଗି ଏକ ସ୍ବତନ୍ତ୍ର ୱେବସ‌ାଇଟ୍ ଖୋଲାଯିବ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନାଭିଳାଷୀ ଭକ୍ତ ଏଥିଲାଗି ୱେବସାଇଟରେ ନିଜର ନାମ ପଞ୍ଜିକରଣ କରିବେ। ଏହାପରେ ସେମାନେ କୋଭିଡ୍-୧୯ ଗାଇଡଲାଇନ୍ ଅନୁସାରେ ନିଜର ପରିଚୟ ଓ କରୋନା ପରୀକ୍ଷା ରିପୋର୍ଟ ଦାଖଲ କରିବେ। ଏହାପରେ ସେମାନଙ୍କୁ ଦର୍ଶନ ଲାଗି ସମୟ ପ୍ରଦାନ କରାଯିବ। ପ୍ରଥମେ ପୁରୀ ଶ୍ରଦ୍ଧାଳୁଙ୍କୁ ଏହି ଦର୍ଶନ ସୁବିଧା ଦିଆଯିବ ବୋଲି କୁହାଯାଉଛି।

ଏଥିସହିତ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଶ୍ରଦ୍ଧାଳୁଙ୍କୁ ନେଗେଟିଭ୍ ବୋଲି ପ୍ରମାଣ ଦେବାକୁ ପଡ଼ିବ। ଏହା ବାଧ୍ୟତାମୂଳକ ରହିଛି। ଦିନକୁ ନିର୍ଦ୍ଦିଷ୍ଟ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ସୁଯୋଗ ଉପଲବ୍ଧ ହେବ। ତେବେ ଅନ୍‌ଲାଇନ୍‌ ଦର୍ଶନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି ବୋଲି ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe