ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ! ଏଣିକି ଗୋଟିଏ ଫୋନକଲରେ ମିଳିବ ସ୍ୱାସ୍ଥ୍ୟସେବା ସୂଚନା !

Advertisment
ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ! ଏଣିକି ଗୋଟିଏ ଫୋନକଲରେ ମିଳିବ ସ୍ୱାସ୍ଥ୍ୟସେବା ସୂଚନା !

କନକ ବ୍ୟୁରୋ : ଫୋନ୍ କଲେ ମିଳିବ ସ୍ବାସ୍ଥ୍ୟ ସେବା ଜନିତ ସୂଚନା। ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ଟୋଲ ଫ୍ରି ନମ୍ବରକୁ ଫୋନ୍ କରି ଏହି ସେବା ପାଇହେବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି ଅଭିନବ ସେବା ଯୋଗାଇ ଦେବା ଉପରେ ଉଦ୍ୟମ ଆରମ୍ଭ କରିଛି। ଏହାସହ ବିଭାଗର ୱେବସାଇଟରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବାକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଉଦ୍ୟମ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ। ଏଥିପାଇଁ ସ୍ବତନ୍ତ୍ରଭାବେ ଏକ ଟୋଲ ଫ୍ରି ନମ୍ବର ରହିବ। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏଥିପାଇଁ ଏକ ସୂଚନା କେନ୍ଦ୍ର ଖୋଲିବ। ଏହି କେନ୍ଦ୍ରରେ କର୍ମଚାରୀମାନେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଲୋକମାନଙ୍କୁ ଯୋଗାଇ ଦେବେ। ଏଥିପାଇଁ କର୍ମଚାରୀମାନଙ୍କୁ ଡାକ୍ତରମାନେ ସ୍ବତନ୍ତ୍ରଭାବେ ତାଲିମ୍ ପ୍ରଦାନ କରିବେ। ସାଧାରଣ ରୋଗଠାରୁ ଜଟିଳ ରୋଗ ସମ୍ବନ୍ଧୀୟ ସୂଚନା ଫୋନରେ ଲୋକମାନେ ପାଇପାରିବେ।

health insurance image courtesy - www.choice.com.au

ରାଜଧାନୀରେ ଏହି ସୂଚନା କେନ୍ଦ୍ର ସ୍ଥାପନ କରାଯିବ। ଆବଶ୍ୟକ ପଡ଼ିଲେ ଏହାକୁ ୨୪ଘଣ୍ଟିଆ ମଧ୍ୟ କାର୍ଯ୍ୟକାରୀ କରାଯିବ। ସେହିପରି ଜାତୀୟ ସ୍ବାସ୍ଥ୍ୟ ମିସନ୍ କିମ୍ବା ସ୍ବାସ୍ଥ୍ୟ ବିଭାଗର ୱେବସାଇଟ୍କୁ ମଧ୍ୟ ଏଥିପାଇଁ ପ୍ରସ୍ତୁତ କରାଯିବ। ଏହାକୁ ପ୍ରସ୍ତୁତ କରିବା ପାଇଁ ଏନ୍ଆଇସି ସହିତ ଆଲୋଚନା ହୋଇଛି। ଏନ୍ଆଇସି ଏହି ୱେବସାଇଟ୍କୁ ଡେଭଲପ କରିବ। ବିଭାଗର ୱେବସାଇଟରେ ମଧ୍ୟ ଏବେ ଅନେକ ପ୍ରକାରର ଯୋଜନା ସଂପର୍କରେ ସୂଚନା ଦିଆଯାଉଛି। ଏହା ଡେଭଲପ ହେଲେ ଲୋକଙ୍କୁ ଆହୁରି ଅଧିକ ସୂଚନା ମିଳିବ। ଯାହାଫଳରେ ଟୋଲ୍ ଫ୍ରି ନମ୍ବର ହେଉ କିମ୍ବା ୱେବସାଇଟ୍ ଜରିଆରେ ଲୋକମାନଙ୍କୁ ସୁବିଧା ମିଳିପାରିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe