ରାଜ୍ୟରେ ଖୁବଶୀଘ୍ର ଖୋଲିପାରେ ମନ୍ଦିର । ଆକ୍ସନ ପ୍ଲାନ ନେଇ ୧୦ ଦିନ ଭିତରେ ଜିଲ୍ଲାପାଳ ଦେବେ ରିପୋର୍ଟ

152

କନକ ବ୍ୟୁରୋ : ରାଜ୍ୟରେ ମନ୍ଦିର ଖୋଲିବା ନେଇ ସରକାରଙ୍କ ଚିଠି । ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଅନ୍ୟ ମନ୍ଦିର ଗୁଡିକୁ ରାଜ୍ୟ ସରକାରଙ୍କ ଚିଠି । ମନ୍ଦିର ଖୋଲିବା ନେଇ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କରୋନା ନିୟମ ପାଳନ କରି କିପରି ମନ୍ଦିର ଖୋଲାଯାଇ ପାରିବ ସେ ସଂପର୍କରେ ଜଣାଇବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ଆଲୋଚନା କରି ୧୦ ଦିନ ମଧ୍ୟରେ ଏ ସଂପର୍କରେ ସରକାରଙ୍କୁ ଜଣାଇବାକୁ କୁହାଯାଇଛି । ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଏନେଇ ରିପୋର୍ଟ ୧୦ ଦିନ ମଧ୍ୟରେ ଦାଖଲ କରିବେ । ମନ୍ଦିର ସହିତ ଜଡିତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତି ନେବାକୁ କୁହାଯାଇଛି । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।