କନକ ବ୍ୟୁରୋ : କୋର୍ଟକୁ ଯିବାକୁ ପଡ଼ିବ ନାହିଁ, ଅପରାଧୀ ଓ ଅଭିଯୁକ୍ତମାନଙ୍କୁ ଜେଲରେ ଭିଡିଓ କନଫରେନ୍ସିଂ ଜରିଆରେ କରାଯିବ ଜେରା । ଏ ସଂପର୍କରେ ଗୃହ ବିଭାଗକୁ ଚିଠି ଲେଖିଛି ଆଇନ ବିଭାଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ନେଇ ତତ୍ପରତା ପ୍ରକାଶ ପାଇଛି । ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ ଓ ଅନୁଗୁଳ ଜିଲ୍ଲାରେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଜେରା କରାଯିବ ।
ଅନ୍ୟ ଜିଲ୍ଲାଗୁଡ଼ିକରେ ପର୍ଯ୍ୟାୟକ୍ରମେ ଭିଡିଓ କନଫେରନ୍ସିଂ ଜେରା ବ୍ୟବସ୍ଥାକୁ ଲାଗୁ କରାଯିବ । ନୟାଗଡ ଓ ଅନୁଗୁଳ ଜିଲ୍ଲାରେ ଏନେଇ ଗୃହ ବିଭାଗ ପକ୍ଷରୁ ଜମି ଚିହ୍ନଟ ପ୍ରକିୟା ସରିଛି । ଏହା ବ୍ୟବସ୍ଥା ଆରମ୍ଭ ହେଲେ ଅଭିଯୁକ୍ତଙ୍କୁ ଜେଲରୁ କୋର୍ଟକୁ ନେବା ଆଣିବା ଖର୍ଚ୍ଚ କମିଯିବ । ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ନିୟନ୍ତ୍ରଣାଧୀନ ରହିବ ।