ସଜାଡି ହେବ ପାର୍କିଂ ବ୍ୟବସ୍ଥା : ଅବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥାକୁ ସଜାଡିବା ଲାଗି ଖୁବଶୀଘ୍ର ଆସିବ ନୂଆ ପାର୍କିଂ ନୀତି

Advertisment
ସଜାଡି ହେବ ପାର୍କିଂ ବ୍ୟବସ୍ଥା : ଅବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥାକୁ ସଜାଡିବା ଲାଗି ଖୁବଶୀଘ୍ର ଆସିବ ନୂଆ ପାର୍କିଂ ନୀତି

କନକ ବ୍ୟୁରୋ : ରାଜଧାନୀର ଅବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଖୁବ୍‌ଶୀଘ୍ର ନୂଆ ପାର୍କିଂ ନୀତି ଆସୁଛି। କେମିତି ଅଧିକରୁ ଅଧିକ ଗାଡ଼ି ପାର୍କିଂ ହୋଇପାରିବ, କିଏ ପାର୍କିଂ ଅଞ୍ଚଳ ରଖିବାକୁ ବାଧ୍ୟ, କେଉଁ କେଉଁ ଅଞ୍ଚଳରେ ଗାଡ଼ିପାର୍କିଂ କରିବାକୁ ବ୍ୟବସ୍ଥା ରହିବ, ପାର୍କିଂ ନିୟମ ନ ମାନିଲେ କ’ଣ ଓ କିପରି ଜରିମାନା ଆଦାୟ ହେବ, କିପରି ରାଜଧାନୀର ସବୁ ରାସ୍ତା ବେଆଇନ ପାର୍କିଂମୁକ୍ତ ହେବ, ସେନେଇ ନୂଆ ପାର୍କିଂ ନୀତି ଆସିବ।

ଏନେଇ ଉନ୍ନତି ଭବନରେ ମାନସମନ୍ଥନ ହୋଇଛି। ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌, ଜର୍ମାନର ଜିଆଇଜେଡ୍‌, କ୍ରୁଟ୍‌, ବିଡିଏ, ବିଏମ୍‌ସି, କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗଦେଇ ଆଲୋଚନା କରିଥିଲେ। ଭୁବନେଶ୍ବରର ପାର୍କିଂ ବ୍ୟବସ୍ଥା ସଜାଡ଼ିବାକୁ ଜିଆଇଜେଡ୍‌ ନୂଆ ପାର୍କିଂ ନୀତି ସହ ଡିପିଆର୍ ପ୍ରସ୍ତୁତ କରୁଥିବାରୁ ଜିଆଇଜେଡ୍‌ର ପ୍ରସ୍ତାବ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା। ନୂଆ ପାର୍କିଂ ନୀତିକୁ ଲାଗୁ କରିବାକୁ ହେଲେ କେଉଁ ସଂସ୍ଥାକୁ କ’ଣ କ’ଣ ପଦକ୍ଷେପ ନେବାକୁ ହେବ, ସେନେଇ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ଷକୁ ୮୦ ହଜାରରୁ ଏକ ଲକ୍ଷ ନୂଆ ଗାଡ଼ି ପ୍ରବେଶ କରୁଛି। କିନ୍ତୁ ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ନ ଥିବାରୁ ବହୁ ସମସ୍ୟା ଉପୁଜୁଛି। ସବୁ ରାସ୍ତାରେ ଜାମ୍ ପରିସ୍ଥିତି ସୃଷ୍ଟି ହେଉଛି। ଏହାର ସମାଧାନ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ବିଏମ୍‌ସି ସହାୟତାରେ ନୂଆ ପାର୍କିଂ ନୀତି ଲାଗୁ କରିବାକୁ ଯୋଜନା ହୋଇଛି। ଆସନ୍ତା ଦୁଇ ମାସ ମଧ୍ୟରେ ଏହାକୁ ଲାଗୁ କରାଯାଇ ପାରେ। ବୈଠକରେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡର ସିଇଓ ପ୍ରେମଚନ୍ଦ୍ର ଚୌଧରୀ, ଟ୍ରାଫିକ ଡିସିପି ସାଗରିକା ନାଥ ଏବଂ ବିଭିନ୍ନ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe