ଆଉ ମାତ୍ର କିଛି ସମୟର ଅପେକ୍ଷା । ଧିରେ ଧିରେ ଖୋଲିବ ନେତାଙ୍କ ଭାଗ୍ୟପେଡି

ଆଜି ସକାଳ ୮ଟାରୁ ଭୋଟଗଣନା ଆରମ୍ଭ ହୋଇଯିବ

68

କନକ ବ୍ୟୁରୋ : ଆଜି ସକାଳ ୮ଟାରୁ ଭୋଟଗଣନା ଆରମ୍ଭ ହୋଇଯିବ । ଅର୍ଥାତ୍ ଇଭିଏମ ମଧ୍ୟରୁ ନେତାଙ୍କ ଭାଗ୍ୟ ଫଳାଫଳ ପ୍ରକାଶ ପାଇବ । ରାଜ୍ୟରେ ଏପ୍ରିଲ ମାସ ୨୯ରେ ଶେଷ ନିର୍ବାଚନ ହୋଇଥିଲା । କାହାକୁ ଭୋଟ ଦେଇଥିଲେ ଜନତା? କିଏ ବିଶ୍ୱାସ ଜିତିଥିଲା ଜନତାଙ୍କର ତାହାର ସମସ୍ତ ତଥ୍ୟ ସମ୍ପର୍କରେ ଆଜି ମିଳିବ ସୂଚନା । ଆଉ ମାତ୍ର ଅଳ୍ପ ସମୟର ଅପେକ୍ଷା ରହିଛି । ବିଭିନ୍ନ ଭୋଟଗଣନା କେନ୍ଦ୍ରରେ ସକାଳ ୮ଟାରୁ ଆରମ୍ଭ ହୋଇଯିବ ଭୋଟଗଣନା ।

ତେବେ ଫଳାଫଳର ସମୟ ଯେତିକି ଯେତିକି ପାଖଉଛି ନେତାଙ୍କ ହୃଦସ୍ପନ୍ଦନ ମଧ୍ୟ ସେତିକି ସେତିକି ବଢୁଛି । କିଏ ଜିତିବ? ତାହାକୁ ନେଇ ସମସ୍ତେ ଅପେକ୍ଷା କରିଛନ୍ତି । ଅବଶ୍ୟ ଭୋଟ ଫଳାଫଳରେ ଚଳିତ ଥର ବିଳମ୍ବ ହୋଇପାରେ , ହେଲେ ନିଜ ରେଜେଲ୍ଟକୁ ଅପେକ୍ଷା କରି ରହିଛନ୍ତି ନେତା । ରାଜ୍ୟରେ କିଏ କରିବ ସରକାର? ଦୀର୍ଘ ୧୯ ବର୍ଷ ଧରି ଶାସନଭାର ସମ୍ଭାଳିଥିବା ବିଜେଡି ପୁଣି ଶାସନ କ୍ଷମତାକୁ ଫେରିବ କି? ତାହାକୁ ନେଇ ଚାଲିଛି ଅଙ୍କକଷା । ତେବେ ମାତ୍ର କିଛି ସମୟର ଅପେକ୍ଷା ରହିଛି । ଧିରେ ଧିରେ ରାଜ୍ୟର ବିଭିନ୍ନ ନେତାଙ୍କ ଭାଗ୍ୟ ପେଡି ଖୋଲିବାରେ ଲାଗିବ । ଜନତା କାହାକୁ ପୁଣି ଥରେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଭୋଟ ଦେଇଛନ୍ତି ତାହାର ଚିତ୍ର ମଧ୍ୟ ସାମ୍ମନାକୁ ଆସିବାକୁ ଲାଗିବ ।