ଆଜି ଓଡିଶାରେ ପହଞ୍ଚିବେ ଜଗାବଳିଆ ! କଟକରେ ପହଞ୍ଚିବା ପରେ ଏସସିବିରେ ଜାରି ରହିବ ଚିକିତ୍ସା

291

କନକ ବ୍ୟୁରୋ : ଦିଲ୍ଲୀରୁ ଓଡିଶା ଆସୁଛନ୍ତି ଜଗା ବଳିଆ । ଗତାକାଲି ଅପରାହ୍ନରେ ଏମ୍ସରୁ ଡିସଚାର୍ଜ ହେବା ପରେ ରାଜଧାନୀ ଏକ୍ସପ୍ରେସରେ ଓଡିଶା ଫେରୁଛନ୍ତି ପିତା ମାତାଙ୍କ ସହ ଜଗା ବଳିଆ । ତାଙ୍କ ସାଂଗରେ ଆସୁଛନ୍ତି ୧୧ ଜଣିଆ ଚିକିତ୍ସକ ଦଳ । ସେମାନଙ୍କ ମଧ୍ୟରେ ୬ ଜଣ ଡାକ୍ତର ଅଛନ୍ତି । ଆଜି ଜଗାବଳିଆ କଟକ ପହଂଚିବା ପରେ ଏସସିବିରେ ରଖା ଯାଇ ପରବର୍ତି ଚିକିତ୍ସା ଜାରି ରହିବ । ଜଗା ବଳିଆଙ୍କ ଫେରିବା ଖବର ଶୁଣିବା ପରେ ତାଙ୍କ ଗ୍ରାମ ଫୁଲବାଣୀର ଫିରିଙ୍ଗିଆ ବ୍ଲକ ମେଲୁପଡାରେ ଖୁସିର ଲହରୀ ଖେଳିଯାଇଛି ।

ଜେଜେ ବାପା ଓ ଜେଜେମା କଟକ ଯାଇ ଜଗାବଳିଆଙ୍କୁ ଦେଖିବେ ବୋଲି କହିଛନ୍ତି । ତେବେ ଅନେକ ଦିନ ହେବ ୨ ଶିଶୁ ବେଶ ଚର୍ଚ୍ଚାରେ ରହିଥିଲେ । ଯୋଡା ମୁଣ୍ଡର ଅସ୍ତ୍ରୋପଚାର ପରଠାରୁ ହିଁ ଉଭୟ ଶିଶୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ତେବେ ୨ ବର୍ଷ ପରେ ସେମାନେ ଆଜି ପ୍ରଥମଥର ଲାଗି ଓଡିଶା ଫେରୁଛନ୍ତି । କଟକରେ ପହଞ୍ଚିବା ପରେ ଏସସିବିରେ ରହି ତାଙ୍କର ଚିକିତ୍ସା କରାଯିବ ବୋଲି ଜଣାପଡିଛି । ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି ।