ଜାନୁଆରୀ ୧ରୁ ଗାଡିରେ ଟ୍ରାକିଙ୍ଗ ସିଷ୍ଟମ ଲଗାଇବା ବାଧ୍ୟତାମୂଳକ : ପରିବହନ ମନ୍ତ୍ରଣାଳୟ

Advertisment
ଜାନୁଆରୀ ୧ରୁ ଗାଡିରେ ଟ୍ରାକିଙ୍ଗ ସିଷ୍ଟମ ଲଗାଇବା ବାଧ୍ୟତାମୂଳକ : ପରିବହନ ମନ୍ତ୍ରଣାଳୟ

କନକ ବ୍ୟୁରୋ : ଦିନକୁ ଦିନ ପରିବହିନ ମନ୍ତ୍ରଣାଳୟ ଅନେକ ଗୁଡିଏ ନୂଆ ନିୟମ ଜାରି କରୁଛି । ତେବେ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ବିଭିନ୍ନ ପ୍ରକାର ଗାଇଡଲାଇନ ଜାରି କରିବା ପାଇଁ ପରିବହନ ମନ୍ତ୍ରଣାଳୟ ଚିନ୍ତା କରୁଛି । ମିଳିଥିବା ସୂଚନା ଅନୁସାରେ ୨୦୧୯ ମସିହା ଜାନୁଆରି ୧ ତାରିଖ ଦିନ କିମ୍ବା ତା’ପରେ ପଞ୍ଜିକୃତ ହେବାକୁ ଥିବା ସର୍ବସାଧାରଣଙ୍କ ଗମନା ଗମନ ପାଇଁ ଉଦ୍ଦିଷ୍ଟ ଯାନବାହନରେ ଭେଇକିଲ ଲୋକେସନ୍ ଟ୍ରାକିଙ୍ଗ୍ ଏବଂ ଏମରଜେନ୍ସି ବଟନ୍ ଲଗାଇବାକୁ ସଡ଼କ ପରିବହନ ମନ୍ତ୍ରଣାଳୟ ଏବଂ ରାଜପଥ ବାଧ୍ୟତାମୂଳକ କରିଛି। ଏଥିରୁ ଅଟୋରିକ୍ସା ଏବଂ ଇ-ରିକ୍ସାକୁ ବାଦ୍ ଦିଆ ଯାଇଛି।

publive-image୨୦୧୮ ମସିହାର ମୋଟର୍ ଭେଇକ୍ଲ୍ ଅର୍ଡରୁ ସେଣ୍ଟ୍ରାଲ୍ ମୋଟର୍ ରୁଲ୍ସ୍, ୧୯୮୯ ଅଧୀନରେ ଆସୁଥିବା ସମସ୍ତ ସାଧାରଣ ସେବା ଯାନବାହନ ପ୍ରତି ଲାଗୁ ହେବ। ଏଥି ପାଇଁ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶନ ନିମନ୍ତେ ପଠାଇ ସାରିଛି ଏବଂ ତାହା ବୁଧବାର ଠାରୁ କାର୍ଯକ୍ଷମ ହେବ ବୋଲି କୁହା ଯାଇଛି।
ଏହି ପଦକ୍ଷେପ ଯାତ୍ରୀମାନଙ୍କର, ବିଶେଷକରି ମହିଳାମାନଙ୍କ ସୁରକ୍ଷା ନିମିତ୍ତ ପ୍ରବର୍ତ୍ତନ କରାଯାଇଛି। ଏ ବର୍ଷ ଜୁଲାଇ ମାସରେ ସେଣ୍ଟ୍ରାଲ୍ ମୋଟର୍ ଭେଇକ୍ଲ୍ ରୁଲସ ଡ୍ରାଫ୍ଟ୍ ଆମେଣ୍ଡମେଣ୍ଟ କରିବା ପରେ ଏ ଭଳି ନିୟମ ପ୍ରଚଳନ କରା ଯାଇଛି। ପୂର୍ବରୁ ମଧ୍ୟ ଅନେକ ନିୟମ ପରିବହନ ମନ୍ତ୍ରଣାଳୟ ଲାଗୁ କରିଛି ହେଲେ ତାହାକୁ ସମସ୍ତ ଗାଡିର ମାଲିକ ମାନେ ମାନୁନାହାନ୍ତି ତେଣୁ ଆଗକୁ ହେବାକୁ ଥିବା ନିୟମରେ ଏର ବଡଧରଣର ପରିବର୍ତନ ହେବ ବୋଲି ଆଶା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe