ନିର୍ଭୟା ଦୋଷୀକୁ ମିଳିବ ନ୍ୟାୟ । ଫାଶୀ ଖୁଣ୍ଟରେ ଝୁଲିବେ ୪ ସୈତାନ , ସେପଟେ ମାର୍ଚ୍ଚ ୨୦କୁ ନିର୍ଭୟା ଦିବସ ପାଳନ କରିବାକୁ ଆଶା ଦେବୀ କଲେ ଅପିଲ

510

କନକ ବ୍ୟୁରୋ : ନିର୍ଭୟା ଦୋଷୀ ଆଉ ମାତ୍ର କିଛି ସମୟ ପରେ ଫାଶୀ ଖୁଣ୍ଟରେ ଝୁଲିବାକୁ ଯାଉଛନ୍ତି । ଗତ ୭ ବର୍ଷ ଲଢେଇ ପରେ ନିର୍ଭୟାର ଆତ୍ମା ଶାନ୍ତି ପାଇବ । ତେବେ ସୁପ୍ରିମକୋର୍ଟ ଦୋଷୀଙ୍କ ଏହି ଶେଷ ଆବେଦନ ଖାରଜ ପରେ ନିର୍ଭୟାଙ୍କ ମା’ ଆଶା ଦେବୀ ଖୁସି ପ୍ରକାଶ କରିଥିଲେ । ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିବାକୁ ଯାଉଛି । ସାରାଦେଶକୁ ନ୍ୟାୟ ମିଳିବାକୁ ଯାଉଛି ବୋଲି ସେ କହିଛନ୍ତି । ଏହାସହ ୨୦ ମାର୍ଚ୍ଚକୁ ନିର୍ଭୟା ଦିବସ ଭାବେ ପାଳନ କରାଯାଉ ବୋଲି ସେ କହିଛନ୍ତି । ତେବେ ଆଉ କିଛି ସମୟ ପରେ ଫାଶୀ ହେବା କଥା ଗତକାଲି ଠାରୁ ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା ବେଳେ ଦୋଷୀଙ୍କ ଓକିଲ ଏପି ସିଂହ ତାଙ୍କର ଶେଷ ପ୍ରୟାସ ଜାରି ରଖିଥିଲେ ।

ଗତକାଲି ଦିଲ୍ଲୀର ପଟିଆଲା ହାଇସକୋର୍ଟ ମୃତ୍ୟୁର ପରୱାନା ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ । ତେବେ ମଝି ରାତିରେ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଥିଲେ ଦୋଷୀଙ୍କ ଓକିଲ ଏପି ସିଂହ । ଦିଲ୍ଲୀ ହାଇକୋର୍ଟର ଦୁଇ ଜଣ ବିଚାରପତି ସ୍ୱତନ୍ତ୍ର ଭାବେ ମଝି ରାତିରେ ଏହି ଆବେଦନର ଶୁଣାଣି କରିଥିଲେ । ପ୍ରାୟ ୯୦ ମିନିଟର ଶୁଣାଣି ପରେ ଫାଶୀ ରୋକିବାକୁ ଦୋଷୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ତେବେ ଏହା ପରେ ଦୋଷୀଙ୍କ ଓକିଲ ସୁପ୍ରିମ କୋର୍ଟରେ ପୁଣି ଫାଶୀ ରୋକିବାକୁ ଆବେଦନ କରିଥିଲେ । ରାତି ପ୍ରାୟ ୩ଟାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ଜଷ୍ଟିସ୍ ଭାନୁମତିଙ୍କ ଖଣ୍ଡପୀଠ ଶୁଣାଣି କରି ଦୋଷୀଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଥିଲେ । ଫଳରେ ସାଢ଼େ ୫ଟାରେ ୪ ଦୋଷୀଙ୍କୁ ଫାଶୀ ମିଳିବା କଥା ନିଶ୍ଚିତ ହୋଇଥିଲା ।