କର ବଦଳାଉଛି ଜାତୀୟ ରାଜନୀତି, ୟୁପିଏରେ ସାମିଲ ହେବା ନେଇ ସଂଜୟ ରାୱତଙ୍କ ବୟାନ ପରେ ମମତାଙ୍କ ଗତି କୁଆଡେ ?

Advertisment
 କର ବଦଳାଉଛି ଜାତୀୟ ରାଜନୀତି, ୟୁପିଏରେ ସାମିଲ ହେବା ନେଇ ସଂଜୟ ରାୱତଙ୍କ ବୟାନ ପରେ ମମତାଙ୍କ ଗତି କୁଆଡେ ?

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପିଏକୁ ଦୁର୍ବଳ କହିବା ପରେ ଶିବସେନା କଂଗ୍ରେସ ପକ୍ଷରେ ଠିଆ ହୋଇଛି । ଶିବସେନା ସାଂସଦ ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କଂଗ୍ରେସ ବିନା ୟୁପିଏ ସମ୍ଭବ ନୁହେଁ ବୋଲି କହିଥିଲେ ଏହାସହ ସଂଜୟ ରାୱତ କହିଥିଲେ ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ତାଙ୍କୁ ୟୁପିଏରେ କଂଗ୍ରେସ ନେତୃତ୍ୱକୁ ପୁଣି ପୁନଃଜନ୍ମ ଦେବାକୁ ଚାହୁଁଛନ୍ତି । ଏହାର ଉତ୍ତରରେ ସଂଜୟ ରାୱତ ରାହୁଲ ଗାନ୍ଧୀଙ୍କୁ କହିଥିଲେ ଯେ ଏନେଇ ରାହୁଲ ଆଗକୁ ବଢନ୍ତୁ । ସଂଜୟଙ୍କ ଏଭଳି କଥା ସହିତ ମହାରାଷ୍ଟ୍ରରେ ତାଙ୍କର କଂଗ୍ରେସ ସହ ମେଣ୍ଟରେ ସରକାର ଚାଲିଛି । ଏସବୁକୁ ନଜର କଲେ ଅନୁମାନ କରାଯାଉଛି କି ୟୁପିଏରେ ଶିବସେନା ଯୋଗ ଦେବାର ସମ୍ଭାବନା ରହିଛି ।

ଶିବସେନା ୟୁପିଏରେ ଯୋଗ ଦେଉଛି କି ? ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସଂଜୟ ରାୱତ କହିଥିଲେ କି ରାହୁଲ ଗାନ୍ଧୀ ସମସ୍ତଙ୍କୁ ନିମନ୍ତ୍ରଣ କରନ୍ତୁ , ଏହାପରେ ଦଳ ଏହା ଉପରେ ବିଚାର କରିବ । ଅନ୍ୟପଟେ ଶିବସେନା ନେତା ଉକ୍ତ ସାକ୍ଷାତକାରରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ କି ଲୋକ ରାହୁଲ ଗାନ୍ଧୀଙ୍କ ବାବଦରେ ଯେଭଳି ଭାବୁଛନ୍ତି ସେ ସେଭଳି ନୁହଁନ୍ତି , ସେ ସବୁବେଳେ ଭଲ ଚିନ୍ତା କରିଥାନ୍ତି ।

କହିରଖୁ କି ୨୦୦୪ ଓ ୨୦୦୮ ରେ ୟୁପିଏ ମେଣ୍ଟରେ କଂଗ୍ରେସ ୨ ଥର କେନ୍ଦ୍ରରେ ସରକାର ଗଠନ କରିବାରେ ସଫଳ ହୋଇଥିଲା । ଏହାସହ ଉଭୟ ପାଳିରେ ପୂର୍ଣ୍ଣ ୫ ବର୍ଷ ଶାସନ କରିଥିଲେ ମନମୋହନ ସିଂ । ହେଲେ ୨୦୧୩ ରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦୀ କୌଶଲ କ୍ରମେ ୟୁପିଏର ଅଂଶିଦାର ଦଳମାନଙ୍କୁ ଏନଡିଏରେ ସାମିଲ କରିବାରେ ସଫଳ ହୋଇଥିଲେ ଓ ୟୁପିଏ ଦୁର୍ବଳ ହେବାରେ ଲାଗିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe