ରାଜ କୁନ୍ଦ୍ରାଙ୍କୁ ଛାଡପତ୍ର ଦେବେ କି ଶିଳ୍ପା ସେଟ୍ଟୀ? ଚର୍ଚ୍ଚାରେ ଏହି ଇନଷ୍ଟାଗ୍ରାମ ପୋଷ୍ଟ…

236

କନକ ବ୍ୟୁରୋ: ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜକୁନ୍ଦ୍ରା ପର୍ଣ୍ଣୋଗ୍ରାଫି କେସରେ ଫସି ଏବେ ଜେଲରେ । କିଛି ଦିନ ତଳେ ତାଙ୍କ ବିରୋଧରେ କୋର୍ଟରେ ୧୫୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇଛି । ଯେଉଁଥିରେ ଶିଳ୍ପାଙ୍କ ବୟାନ ମଧ୍ୟ ରହିଛି । ଏହି ମାମଲାକୁ ନେଇ ଏବେ ସୋସିଆଲ୍ ମିଡିଆଠୁ ଆରମ୍ଭ କରି ସବୁଠି ଚର୍ଚ୍ଚା ଲାଗି ରହିଛି । ହେଲେ ଏହାରି ଭିତରେ ଶିଳ୍ପାଙ୍କ ଏକ ପୋଷ୍ଟ ସମସ୍ତଙ୍କ ନଜର ତାଙ୍କ ଆଡକୁ ଟାଣି ନେଇଛି ।

କୁହାଯାଉଛି ଖୁବଶୀଘ୍ର ରାଜ କୁନ୍ଦ୍ରାଙ୍କୁ ଛାଡପତ୍ର ଦେଇପାରନ୍ତି ଶିଳ୍ପା ସେଟ୍ଟୀ । ତାଙ୍କର ସେହି ପୋଷ୍ଟଟି କିଛି ସେହିଭଳି ଇସାରା କରୁଛି ବୋଲି ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ତେବେ ଏହି ପୋଷ୍ଟରେ କଣ ରହିଛି ଥରେ ନଜର ପକାନ୍ତୁ… ଅସଲ କଥା ହେଉଛି, ଶୁକ୍ରବାର ଶିଳ୍ପା ସେଟ୍ଟୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବହିର ଗୋଟିଏ ପୃଷ୍ଠାକୁ ସେଆର୍ କରିଥିଲେ । ଯେଉଁଥିରେ ‘ଭୁଲ୍ ନିଷ୍ପତ୍ତି’କୁ ନେଇ କିଛି ଚିନ୍ତାଧାରା ଲେଖାଯାଇଥିଲା । ଆଉ ଶିଳ୍ପାଙ୍କ ଏହି ପୋଷ୍ଟକୁ ନେଇ ଏବେ ସବୁଠି ଗୋଟିଏ ଚର୍ଚ୍ଚା – ରାଜ କୁନ୍ଦ୍ରାଙ୍କୁ ଛାଡପତ୍ର ଦେବେ ଶିଳ୍ପା ସେଟ୍ଟୀ ।

ତେବେ ଶିଳ୍ପା ସେଆର୍ କରିଥିବା ସେହି ଫଟୋରେ ଥିବା ଲେଖାର ଶୀର୍ଷକ ଥିଲା ‘ନିଉ୍ ଏଡିଙ୍ଗ୍’ । ଯେଉଁଥିରେ ଲେଖା ହୋଇଥିଲା , “ ଆମେ ଆମ ଦ୍ୱାରା ନିଆଯାଇଥିବା ଭୁଲ ନିଷ୍ପତ୍ତି, ଆମର ଭୁଲ, ଯାହାକୁ ଆମେ କଷ୍ଟ ଦେଇଛେ – ତାର ବିଶ୍ଲେଷଣ କରିବାକୁ ସମୟ ଲାଗେ । ଆମେ ଅଧିକ ସ୍ମାର୍ଟ, ଧର୍ଯ୍ୟବାନ ହେଲେ ବି ଅତୀତକୁ ବଦଳାଇ ପାରିବାନି ।”

“ହେଲେ ଆମେ ନୂଆ ଉପାୟରେ ଆଗକୁ ବଢିପାରିବା, ଭଲ ନିଷ୍ପତ୍ତି ନେଇପାରିବା । ପୁରୁଣା ଭୁଲକୁ ସୁଧାରିବା ସହିତ ଆମ ଚାରି ପାଖରେ ରହୁଥିବା ଲୋକଙ୍କ ପାଇଁ ପୁଣି ଭଲ ହୋଇପାରିବା । ନିଜ ଭିତରେ ନିଜକୁ ଖୋଜିବାକୁ ଆମକୁ ବହୁତ କମ ସୁଯୋଗ ମିଳିଥାଏ । ସେ ବିଷୟରେ ବିଶ୍ଲେଷଣ କରିବା ଠିକ୍ ନୁହେଁ । ହେଲେ ମୁଁ ମୋ ଭବିଷ୍ୟତ ମୋ ଇଚ୍ଛା ମୁତାବକ ତିଆରି କରିପାରିବି’’, ବୋଲି ଶିଳ୍ପାଙ୍କ ସେହି ପୋଷ୍ଟରେ ଲେଖାଥିଲା ।

ତେବେ ଶିଳ୍ପାଙ୍କ ଏହି ପୋଷ୍ଟ ହିଁ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି । ନୂଆ ଆରମ୍ଭ ଏବଂ ଭୁଲ ସୁଧାରିବାକୁ ନେଇ ଏହି ଲେଖା ଶିଳ୍ପାଙ୍କ ଛାଡପତ୍ର କଥାକୁ ବି ସାମ୍ନାକୁ ଆଣିଛି । ୟୁଜର୍ସମାନଙ୍କ କହିବା କଥା, ଶିଳ୍ପା ତାଙ୍କର ଭୁଲ ବୁଝିଛନ୍ତି ଏବଂ ସେ ଖୁବଶୀଘ୍ର ରାଜ କୁନ୍ଦ୍ରାଙ୍କୁ ଛାଡପତ୍ର ଦେଇପାରନ୍ତି । ତେବେ ଏନେଇ ଏପର୍ଯ୍ୟନ୍ତ ଶିଳ୍ପାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।