ଅବସର ନେଇ ରାଜନୀତିକୁ ଆସିବେ କି ଆଇଏଏସ ଅଫିସର ? ଅପରାଜିତା ଷଡଙ୍ଗୀଙ୍କୁ ନେଇ ଜୋର ଧରିଲା ଚର୍ଚ୍ଚା

Advertisment
ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ଆଗୁଆ : ବିଧାନସଭାରେ ୬ଟି ଆସନରେ ବିଜେଡ଼ି ଆଗୁଆ

୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କ ଭିଆରଏସ୍ ଆବେଦନକୁ ଓଡ଼ିଶା ସରକାର ସବୁଜ ସଂକେତ ଦେଇଛନ୍ତି । ତାଙ୍କ ଭିଆରଏସ୍ ଆବେଦନକୁ ମଂଜୁର କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି । ଭିଆରଏସ୍ ନେବା ପରେ ସେ ରାଜନୀତିରେ ପ୍ରବେଶ କରିପାରନ୍ତି ଓ ୨୦୧୯ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

publive-imageକେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ତାଲିମ ମନ୍ତ୍ରାଳୟକୁ ଏକ ପତ୍ର ଲେଖି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ରବିନ୍ଦ୍ରନାଥ ସାହୁ ଜଣାଇଛନ୍ତି ଯେ ଶ୍ରୀମତୀ ଷଡଙ୍ଗୀଙ୍କ ବିରୋଧରେ କୌଣସି ଭିଜିଲାନ୍ସ ମାମଲା ବା ବକେୟା ବିଭାଗୀୟ କାର‌୍ୟ୍ୟାନୁଷ୍ଠାନ ନଥିବାରୁ ତାଙ୍କ ଭିଆରଏସ୍ ଆବେଦନକୁ ଗ୍ରହଣ କରାଯାଇପାରେ ।

ଗତ ସେପ୍ଟେମ୍ବର ମାସରେ ଅପରାଜିତା ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟସରକାରଙ୍କ ନିକଟରେ ଆବେଦନ କରିଥିଲେ। କେନ୍ଦ୍ରୀୟ ଡେପୁଟେସନ ଶେଷ ହେବା ପରେ ସେ ଗତ ଅକ୍ଟୋବର ମାସରେ ଓଡ଼ିଶା ଫେରିବାର ଥିଲା । ରାଜ୍ୟରେ ଜଣେ ଦକ୍ଷ ଆଇଏଏସ ଅଧିକାରୀ ଭାବେ ସେ ବେଶ ଜଣାଶୁଣା । ଗତ ୨୦୧୩ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସେତେବେଳେ ସେ ରାଜ୍ୟ ବୟନଶିଳ୍ପ ସଚିବ ଥିଲେ । କେନ୍ଦ୍ରରେ ସେ ଗ୍ରାମୀଣ ବିକାଶ ସଚିବ ଭାବେ ଯୋଗଦେଇଥିଲେ । ଚଳିତ ମାସରେ ତାଙ୍କ କେନ୍ଦ୍ରୀୟ ଡେପୁଟେସନ ଶେଷ ହେବାର ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe