କନକ ବ୍ୟୁରୋ : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ସଂସ୍ଥାପକ ଲାଲୁ ଯାଦବ ନିଜୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଆଜି ନାମାଙ୍କନ ପତ୍ର ଦାଖଲ କରିବା ପରେ ସେ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ରାଜ୍ୟ ଠାରୁ ଜାତୀୟ ରାଜନୀତି ପର୍ଯ୍ୟନ୍ତ ହଟଚମଟ ଦେଖିବାକୁ ମିଳିଛି । ସେ ନାମାଙ୍କନ ସାରି ଫେରିବା ବେଳେ ଗଣମାଧ୍ୟମ ଆଗରେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କି ବିଜେପିକୁ ସମାପ୍ତ କରିବାକୁ ହେଲେ ସମସ୍ତ ବିରୋଧୀଦଳଙ୍କୁ ସାଥୀରେ ନେବାକୁ ପଡିବ । ଏହାସହ ସେ କହିଛନ୍ତି କି, ମୁଁ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯାଇଥିଲି କିନ୍ତୁ ଫଟୋ ଉଠାଇବାକୁ ନୁହେଁ । ତାଙ୍କ ସହ ଆଲୋଚନା ସଫଳ ହୋଇଛି । ତାଙ୍କର ସାଂଗଠନିକ ନିର୍ବାଚନ ପରେ ସେ ପୁଣି ସୋନିଆ ଗାନ୍ଧୀଙ୍କୁ ଭେଟିବେ ବୋଲି କହିଛନ୍ତି । ହେଲେ ସବୁଠାରୁ ବଡକଥା ଲାଲୁ କହିଛନ୍ତି କି, ନୀତିଶ କୁମାରଙ୍କୁ ଦିଲ୍ଲୀ ପଠେଇ ଦିଆଯିବ ଓ ରାଜ୍ୟର ଶାସନ ଭାର ତେଜସ୍ୱୀ ସମ୍ଭାଳିବେ ।

Advertisment

ସୂଚନା ଥାଉକି, ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବେ ଏବେ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଏହି ଭେଟ ପରେ ଉଭୟ କହିଥିଲେ କି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢିବାକୁ ବ୍ୟାପକ ସହମତି ପ୍ରକାଶ ପାଇଛି । ହେଲେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଶେଷ ହେବା ପରେ ଏହା ଉପରେ ବିସ୍ତୁତ ଯୋଜନା ପ୍ରସ୍ତୁତ କରାଯିବ ।