କଂଗ୍ରେସରୁ ବାପି ସର୍ଖେଲଙ୍କ ଇସ୍ତଫା ପରେ ସରଗରମ ପାରାଦୀପ ରାଜନୀତି । କଟିବ କି ସମ୍ବିତ ରାଉତରାୟଙ୍କ ଟିକେଟ ? ବାପିଙ୍କ ପତ୍ନୀ ମୋନିଦୀପାଙ୍କୁ ନେଇ ବଢୁଛି ଚର୍ଚ୍ଚା

224

କନକ ବ୍ୟୁରୋ : ଦୁଇ ମହିଳାଙ୍କୁ ନେଇ ଖୁବ୍ ସରଗରମ ଜଗତସିଂହପୁର ରାଜନୀତି । କୁହାଯାଉଛି ଏଥର ଜଗତସିଂହପୁରର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ପାରାଦ୍ୱୀପରେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଗୁରୁବାର ବାପି ସର୍ଖେଲ କଂଗ୍ରେସ ଛାଡିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ବିଜେଡି ଟିକେଟ୍ରୁ ଲଢ଼ିପାରନ୍ତି ବାପି ସର୍ଖେଲ ପତ୍ନୀଙ୍କ ମୋନିଦୀପା ସର୍ଖେଲ କିମ୍ବା ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି । ଏହି ଚର୍ଚ୍ଚା ଏଥିପାଇଁ ଜୋର ଧରିଛି, କାରଣ ନିକଟରେ ବାପି ସର୍ଖେଲଙ୍କ ପତ୍ନୀ ବିଜେଡିରେ ମିଶିଛନ୍ତି । ଏପଟେ ସମ୍ବିତ ରାଉତରାୟଙ୍କ ବିରୋଧରେ ସ୍ଥାନୀୟ କର୍ମୀ ଅସନ୍ତୋଷ ଅଛନ୍ତି । ଏହି ଦୃଷ୍ଟିରୁ ସମ୍ବିତଙ୍କ ପତ୍ନୀ ଗୀତାଞ୍ଜଳି କିମ୍ବା ବାପିଙ୍କ ପତ୍ନୀ ମୋନିଦୀପାଙ୍କୁ ବିଜେଡି ଟିକେଟ୍ ଦେଇ ମହିଳା କାର୍ଡ ଖେଳିପାରେ ବୋଲି କୁହାଯାଉଛି । ତେବେ ପତ୍ନୀଙ୍କୁ ଟିକେଟ୍ ମିଳିବା ପ୍ରସଙ୍ଗରେ ଯଦିଓ ବାପି ସର୍ଖେଲ ସିଧାସଳଖ କିଛି କହିନାହାନ୍ତି, କିନ୍ତୁ ସବୁ ନିଷ୍ପତି ସୁପ୍ରିମୋଙ୍କ ଉପରେ ଛାଡ଼ି ଦେଇଛନ୍ତି ।

ସେପଟେ ଦାମୋଦାର ରାଉତଙ୍କ ଦେହାନ୍ତ ପରେ ସହାନୁଭୂତି ଦୃଷ୍ଟିରୁ ପାରାଦ୍ୱୀପ ଆସନରୁ ତାଙ୍କ ପରିବାରରୁ ଜଣଙ୍କୁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସମ୍ବିତଙ୍କ କିଛି ସମର୍ଥକ ଏହାକୁ ସମର୍ଥନ କରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବିଜେଡି କର୍ମୀ । ଯଦି ବିଧାୟକଙ୍କ ପରିବାରରୁ ଯାହାକୁ ବି ଟିକେଟ ଦେଲେ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି କିଛି ବିଜେଡି କର୍ମୀ ।

– ସ୍ୱର୍ଗତ ଦାମୋଦର ରାଉତରାୟଙ୍କ ଗଡ଼ ହେଉଛି ପାରାଦୀପ
– ୨୦୦୯ ଓ ୨୦୧୪ରେ ଲଗାତର ପାରାଦୀପ ଆସନରୁ ବିଜୟୀ ହୋଇଥିଲେ ଦାମ
– ୨୦୧୮ରେ ବିଜେଡି ଛାଡ଼ିବା ପରେ ୨୦୧୯ରେ ବିଜେପି ଟିକେଟ୍ରୁ ଏରସମା-ବାଲିକୁଦା ଆସନରେ ନିର୍ବାଚନ ଲଢ଼ିଥିଲେ ଏବଂ ହାରି ଯାଇଥିଲେ
– ୨୦୧୯ରେ ପୁଅ ସମ୍ବିତଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି
– ସମ୍ବିତ ପାଖାପାଖି ୨୦ହଜାର ଭୋଟ୍ରେ ବାପି ସର୍ଖେଲଙ୍କୁ ହରାଇଥିଲେ

ଉଭୟ ସମ୍ବିତ ରାଉତରାୟ ଓ ବାପି ସର୍ଖେଲଙ୍କର ତୃଣମୂଳ ସ୍ତରରେ ସଂଗଠନ ମଜବୁତ ରହିଛି । ତେଣୁ ଉଭୟ ସମ୍ବିତ ରାଉତ ରାୟ ଓ ମୋନିଦୀପା ସର୍ଖେଲ ଟିକେଟ ଆଶା ରଖିଛନ୍ତି ।