କନକ ବ୍ୟୁରୋ : ପୁଣିଥରେ ଆଇପିଏଲରେ ଦେଖିବାକୁ ମିଳିବ କି ରୈନାଙ୍କ ଯାଦୁ । ଭାଇରାଲ ଟ୍ୱିଟ୍ ପରେ ବଢିଲାଣି ଚର୍ଚ୍ଚା । ମାର୍ଚ୍ଚ ୨୬ରୁ ଆଇପିଏଲ ମହାସମର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାପୂର୍ବରୁ ଏଭଳି ଏକ ଚର୍ଚ୍ଚା ଏବେ ଜୋର ଧରିଛି । ତେବେ ମହାନିଲାମୀରେ ରୈନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନଥିବା ବେଳେ ପୁଣିଥରେ ତାଙ୍କର ଆଇପିଏଲ ଖେଳିବା ନେଇ କାହିଁକି ଚର୍ଚ୍ଚା ବଢିଲା? ସତରେ କଣ ରୈନା ଆଇପିଏଲ ଖେଳିବେ? ଏଭଳି ଚର୍ଚ୍ଚା ଭିତରେ ଆସନ୍ତୁ ଜାଣିବା ଭାଇରାଲ ଟ୍ୱିଟ୍ ବାବଦରେ କିଛି ।
🤗One off the best spin player in India best at no.3 position #mripl#GujaratTitans should replace Jason Roy with #raina#RainaForever#Raina what would you say fans ???#GujaratTitanspic.twitter.com/LTYrYBqvXW
— 🇮🇳🚩Parbat 🚩🇮🇳 (@pawanparbat) March 2, 2022
ଏବେ ସୋସିଆଲ ମିଡ଼ିଆରେ ସୁରେଶ ରୈନାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରୈନାଙ୍କୁ ଗୁଜୁରାଟ ଟାଇଟନ୍ସର ଲୋଗୋ ଥିବା ଏକ ଜର୍ସିରେ ଦେଖିବାକୁ ମିଳିଛି । ତେବେ ଏହା ଅର୍ଦ୍ଧସତ୍ୟ । କାରଣ ରୈନାଙ୍କ ଚେହେରାକୁ ଏହି ଫଟୋ ସହ ଯୋଡା ଯାଇଛି । କିନ୍ତୁ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚା ହେଉଛି ଯେ, ୨୦୨୨ ଆଇପିଏଲରେ ରୈନାଙ୍କର ଏଣ୍ଟ୍ରି ହୋଇପାରେ ଏବଂ ଗୁଜୁରାଟ ଟାଇଟନ୍ସ ଟିମରେ ସ୍ଥାନ ମିଳିପାରେ । ଏଭଳି ଚର୍ଚ୍ଚା ହେବା ପଛର ଆଉ ଏକ ବଡ କାରଣ ମଧ୍ୟ ରହିଛି । ଇଂଲଣ୍ଡର ବ୍ୟାଟର ଜେସନ ରୟ ଆଇପିଏଲରୁ ନିଜ ନାଁ ଫେରାଇ ନେବା ପରେ ସୁରେଶ ରୈନାଙ୍କୁ ବଦଳ ଖେଳାଳୀ ଭାବେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଗୁଜୁରାଟ ଟାଇଟନ୍ସ ଜର୍ସିରେ ରୈନାଙ୍କ ଫଟୋକୁ ଯୋଡି ଫ୍ୟାନ୍ ମାନେ ସେୟାର କରୁଛନ୍ତି ।
Jason Roy - Out ❎
Suresh Raina - In ☑️I know Suresh Raina is not playing any competitive or domestic match now but he is a player who can do a strong comeback any time.#sureshraina#raina#jasonroy#GujaratTitans#IPL2022pic.twitter.com/wDnaQNzCdv
— Devendra Kumar Mahto (@Devendr44246318) March 1, 2022
ଏହାପୂର୍ବରୁ ମଧ୍ୟ ଗୁଜୁରାଟ ଟିମର ଅଧିନାୟକ ଭାର ସମ୍ଭାଳିଛନ୍ତି ରୈନା । କିନ୍ତୁ ଗୁଜୁରାଟ ଟିମକୁ ମାତ୍ର ୨ ବର୍ଷ ପାଇଁ ଆଇପିଏଲ ଖେଳିବାକୁ ସୁଯୋଗ ମିଳିଥିଲା । କାରଣ ୨୦୧୩ରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆସିବା ପରେ ୨୦୧୫ରୁ ୨୦୧୭ ଦୁଇ ବର୍ଷ ପାଇଁ ଚେନ୍ନାଇ ଓ ରାଜସ୍ଥାନ ଟିମ ଉପରେ ବ୍ୟାନ୍ ଲାଗିଥିଲା । ସେତେବେଳେ ୨ ବର୍ଷ ପାଇଁ ଆଇପିଏଲରେ ଗୁଜୁରାଟ ଲାଏନ୍ସର ଏଣ୍ଟ୍ରି ହୋଇଥିଲା । ସେତେବେଳେ ରୈନା ଟିମର ମଙ୍ଗ ଧରିଥିଲେ । କିନ୍ତୁ ଚଳିତଥର ଗୁଜୁରାଟ ଟାଇଟନ୍ସର ଅଧିନାୟକ ଭାର ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା ।
One off the best spin player in India best at no.3 position #mripl#GujaratTitans should replace Jason Roy with #raina#RainaForever#Raina what would you say fans ??? pic.twitter.com/pYHrhS5xLB
— GUJARAT TITANS fan page (@kingbr143) March 2, 2022
ମିଷ୍ଟର ଆଇପିଏଲ ଭାବେ ପରିଚିତ ସୁରେଶ ରୈନା ଦୀର୍ଘ ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳି ଆସୁଥିଲେ । ଚଳିତଥର ମହାନିଲାମୀ ପୂର୍ବରୁ ଚେନ୍ନାଇ ତାଙ୍କୁ ରିଲିଜ କରିଥିବା ବେଳେ ବେସ୍ ପ୍ରାଇସ ୨ କୋଟି ସହ ମହାନିଲାମୀ ରେସରେ ନିଜ ନାଁ ସାମିଲ କରିଥିଲେ ରୈନା । କିନ୍ତୁ ମହାନିଲାମୀରେ ରୈନାଙ୍କୁ କିଣିବାକୁ କୌଣସି ଫ୍ରାଞ୍ଚାଇଜ ଆଗ୍ରହ ଦେଖାଇ ନଥିଲେ । ଏପରିକି ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ରୈନାଙ୍କ ହାତ ଛାଡି ଦେଇଥିଲା । ତେବେ ଆଇପିଏଲରେ ରୈନାଙ୍କ ରେକର୍ଡ ବେଶ ଦମଦାର ରହିଛି । ରୈନା ଆଇପିଏଲରେ ମୋଟ ୨୦୫ଟି ମ୍ୟାଚ୍ ଖେଳିଥିବା ବେଳେ ୫୫୨୮ ରନ୍ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ୩୯ ଅର୍ଦ୍ଧଶତକ ରହିଛି । ସେହିଭଳି ଆଇପିଏଲ କ୍ୟାରିୟର ଭିତରେ ୨୫ଟି ୱିକେଟ ଦଖଲ କରିଛନ୍ତି ରୈନା । ତେଣୁ ଯଦି ଭାଇରାଲ ମେସେଜ ସତ ହୁଏ ତେବେ ଆଇପିଏଲରେ ପୁଣିଥରେ ରୈନାଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ପାଇବେ କ୍ରିକେଟପ୍ରେମୀ ।