ସମ୍ପର୍କର ନିଆରା ଉଦାହରଣ ପାଲଟିଲେ ମିନତି ପଟ୍ଟନାୟକ । ରିକ୍ସା ଚାଳକଙ୍କ ନାଁରେ ଲେଖିଦେଲେ ସବୁ ସମ୍ପତ୍ତି

1,089

କନକ ବ୍ୟୁରୋ : ସମ୍ପତି ପାଇଁ ବାପ ପୁଅ ଓ ଭାଇ ଭାଇ ମଧ୍ୟରେ ଝଗଡା ଲାଗୁଛିି । ହେଲେ ରକ୍ତ ସଂପର୍କ ନହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ସବୁ ସମ୍ପତ୍ତିର ଉତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା । ଏମିତି ଏକ ନିଆରା ପଦକ୍ଷେପ ନେଇଛନ୍ତି କଟକ ସହରର ସୂତାହାଟ ଅଂଚଳର ମିନତି ପଟ୍ଟନାୟକ । ମିନତିଙ୍କ ସ୍ୱାମୀ କୃଷ୍ଣକୁମାର ପଟ୍ଟନାୟକଙ୍କର ୨୦୨୦ରେ ଦେହାନ୍ତ ହୋଇଯାଇଥିଲା । ସ୍ୱାମୀ ଯିବାର ୬ମାସ ପରେ ଝିଅ କୋମଲଙ୍କର ବି ହୃଦଘାତରେ ମୃତ୍ୟୁ ହୋଇଗଲା । ୬ମାସ ଭିତରେ ଆଗ ପଛ ହୋଇ ସ୍ୱାମୀ ଓ ଝିଅ ଚାଲିଗଲେ ।

ନିଜର ସବୁଠୁ କଠିନ ସମୟରେ ଯିଏ ପାଖରେ ଠିଆ ହୋଇଥିଲା ସିଏ ଥିଲେ ରିକ୍ସା ଚାଳକ ବୁଢା ସାମଲ । ସେହି ରିକ୍ସା ଚାଳକଙ୍କ ପରିବାରର ହାତକୁ ଟେକି ଦେଲେ କଟକ ସହର ଉପରେ ଠିଆ ହୋଇଥିବା ତିନି ମହଲା ଘର, ସମସ୍ତ ଜିନିଷପତ୍ର ସହ କୋଟିଏ ଟଙ୍କାର ସମ୍ପତ୍ତି । ଏବଂ ମୃତ୍ୟୁ ପର୍ଯ୍ୟନ୍ତ ରିକା ଚାଳକଙ୍କ ପରିବାର ମେଳରେ ଦିନ କାଟିବାକୁ ସ୍ଥିର କରିନେଇଛିନ୍ତି ମିନତି । ଓକିଲଙ୍କ ଉପସ୍ଥିତିରେ ସମସ୍ତ କାଗଜ ପତ୍ରକୁ ସେ ରିକ୍ସାଚାଳକ ବୁଢା ସାମଲଙ୍କୁ ହସ୍ତାନ୍ତର କରିଛନ୍ତି । ସ୍ନେହ ଶ୍ରଦ୍ଧା ଆଗରେ ସମ୍ପତି ତୁଛ ବୋଲି ପ୍ରମାଣ କରିଦେଇଛନ୍ତି ମିନତି ।